ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ ପରଲୋକ

 ବାଙ୍କୀ: ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଶରତଚନ୍ଦ୍ର ତି୍ରପାଠୀ(୮୫)ଙ୍କର ପରଲୋକ ହୋଇଯାଇଛି । ଡମପଡ଼ା ବ୍ଲକ ଅନ୍ତର୍ଗତ କୁସୁନ୍ଦା ଗ୍ରାମରେ ଜନ୍ମିତ ସ୍ୱର୍ଗତ ତ୍ରିପାଠୀ ଏକ ଧାରାରେ ସଂସ୍କୃତି ପ୍ରେମୀ ଭାବରେ ଜନସାଧାରଣଙ୍କ ପାଖରେ ପରିଚିତ ହୋଇ ହାରମୋନୀୟମ୍, ଡୁବୁଲା ବଜାଇ ବହୁ ଅନୁଷ୍ଠାନରୁ ପୁରସ୍କାର ପ୍ରାପ୍ତ ହୋଇଥିଲେ । ସେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ସୁବର୍ଣ୍ଣପୁର, ବଡମ୍ବା, ନରସିଂହପୁର ଓ ବାଙ୍କୀ ମୁଖ୍ୟ ଶାଖାରେ ମ୍ୟାନେଜର ଭାବେ କାର୍ଯ୍ୟ କରି ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ମଝିଆ ପୁଅ ସରୋଜ କୁମାର ତ୍ରିପାଠୀ ମୁଖାଗ୍ନି ପ୍ରଦାନ କରିଥିଲେ । ପରିବେଶବିତ୍ ସୁରେଶଚନ୍ଦ୍ର ତ୍ରିପାଠୀ , ଶିକ୍ଷକ ସୁବାସ ତ୍ରିପାଠୀ, ସମାଜସେବୀ ସୁଶୀଲ୍ ତ୍ରିପାଠୀ, ରାମକୃଷ୍ଣ ମିଶ୍ର, ରଜତ କୁମାର ତ୍ରିପାଠୀ, ଆଲୋକ ମିଶ୍ରଙ୍କ ସମେତ ପରିବାରବର୍ଗ ସ୍ୱର୍ଗଦ୍ୱାର ଠାରେ ଉପସ୍ଥିତ ରହି ଶେଷକୃତ କାର୍ଯ୍ୟ ସମ୍ପନ୍ନ କରାଯିବା ସହିତ ଆତ୍ମାର ସଦ୍ଗତି ନିମନ୍ତେ ପା୍ରର୍ଥନା କରାଯାଇଥିଲା । ତାଙ୍କର ପରଲୋକରେ ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ , ବରିଷ୍ଠ ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହାନ ମିଶ୍ର ଶୋକ ପ୍ରକାଶ କରି ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।