ସମାଜସେବା ଓ ଶିକ୍ଷା ସମ୍ପର୍କିତ ଆଲୋଚନାଚକ୍ର 

 ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ବିଜିପୁର ସ୍ଥିତ ଶ୍ରୀମା ଶ୍ରୀ ଅରବିନ୍ଦ ଯୋଗ ସାଧନା କେନ୍ଦ୍ର ଠାରେ ଡ. କିଶୋର ଚନ୍ଦ୍ର ମହାପାତ୍ରଙ୍କ ପୌରହତ୍ୟରେ ଏକ ଗଠନ ମୂଳକ ସମାଜସେବା ସହିତ ଶିକ୍ଷା କ୍ଷେତ୍ରରେ ବଡସାହି ବ୍ଲକ୍ ଅଞ୍ଚଳରେ ସୁସ୍ଥ ପରିବେଶ ସୃଷ୍ଟି କରିବା ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ବନ୍ଧୁମାନେ ଯୋଗଦେଇ ନିଜ ନିଜର ଅଭିବ୍ୟକ୍ତି ଓ ସହଯୋଗିତା ସମ୍ପର୍କରେ ପ୍ରକାଶ କରିଥିଲେ । ଏଥିରେ ଡ. କୁମାର ବାବୁଲି, ନିରଞ୍ଜନ ମହାନ୍ତ, ସୁମନ ବେହେରା, ହରିଶ ଚନ୍ଦ୍ର ସାମନ୍ତରାୟ, ମନୋଜ ପଣ୍ଡା, ଛତିଶ ସାହୁ, ଦୀପକ ବୁଗୁଡେଇ, ସୁରେଶ ପତି, ଶାନ୍ତନୁ ପଣ୍ଡା, ସହିତ ସର୍ବେଶ୍ୱର ଜେନା ଓ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶିକ୍ଷା କ୍ଷେତ୍ରରେ ଗ୍ରାମାଞ୍ଚଳରେ ମାଗଣା ଶିକ୍ଷା, ଗ୍ରୀଷ୍ମ କାଳୀନ କୋଚିଂ ଓ ସୁପର ୩୦ ପରିକଳ୍ପନାରେ ଅନ୍ୟ ଅଞ୍ଚଳର ଛାତ୍ର ଛାତ୍ରୀଙ୍କୁ ଯୋଡିବା ଓ ଦଶମ ଶ୍ରେଣୀକୁ ସାମିଲ କରିବା ପାଇଁ ଅତିଥିମାନେ ମତ ରଖିଥିଲେ । ଅନୁଷ୍ଠାନରେ ପାଚେରୀ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ପରିସ୍ରାଗାର ବ୍ୟବସ୍ଥା ନ ଥିବାରୁ ଏଥିପ୍ରତି ଉଦ୍ୟମ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିଲା । ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।