ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ବରୀ : ଈଶାଣେଶ୍ୱରୀ ହାଇସ୍କୁଲ ଈଶାଣପୁରରେ ବିଜୁଳି ବେହେରା ଫାଉଣ୍ଡେସନ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ସଭାପତି ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ପ୍ରାକ୍ତନ ପ୍ରଧାନଶିକ୍ଷକ ଭାଗବତ ଜେନା, ପ୍ରାକ୍ତନ ଶିକ୍ଷକ ଅର୍ଜୁନ ଚରଣ ପ୍ରଧାନ, ନଟବର ଜେନା, ସମିତିସଭ୍ୟ ଚିନ୍ତାମଣି ଜେନା, ଅରୁଣା କର, ଶ୍ୟାମସୁନ୍ଦର ପ୍ରଧାନ ମଞ୍ଚାସନ ଥିଲେ । ଅନୁଷ୍ଠାନ ସମ୍ପାଦକ କର୍ଣ୍ଣଚନ୍ଦ୍ର ଘଡାଇ ଫାଉଣ୍ଡେସନ୍ ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ ଆଲୋଚନା କରିଥିଲେ । ଚଳିତବର୍ଷ ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥିବା ଛାତ୍ରୀ ଏମ.ଏସ ଜୟଶ୍ରୀ ଦାସ ଓ ଆର.ଏସ ନିବେଦିତା ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ପୁରାତନ ଛାତ୍ର ହେମନ୍ତ ପ୍ରଧାନ ଓ ପୁରାତନ ଛାତ୍ରୀ ଜ୍ୟୋସ୍ନାରାଣୀ ମହାନାକୁ ସୁପୁତ୍ର ରାଜେଶ ମହାନା+୨ ରେ ୯୫% ମାର୍କ ରଖି ନିଟରେ ସଫଳତା ପାଇଥିବାରୁ ଉଭୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ବିଷ୍ଣୁଚରଣ ଜେନା, କବି କିଶୋର ଘଡାଇ, ଆଶିଷ କୁମାର ଘଡାଇ ସହଯୋଗ କରିଥିଲେ । ଶିକ୍ଷକ ସୁବେକ୍ଷଧ ପ୍ରଧାନ ଧନ୍ୟବାଦ ଦେଇଥିଲେ ।