ସମ୍ଭାବନା ସାହିତ୍ୟ ସଂସଦର କବିତା ଆସର
ଭଦ୍ରକ : ସମ୍ଭାବନା ସାହିତ୍ୟ ସଂସଦର କବିତା ଆସର, କବିତା କର୍ମଶାଳା ଯୁବକବି ଓ ଗୀତିକାର ସମ୍ଭାବନାର ସମ୍ପାଦକ ଋତୁରାଜ ଅକ୍ଷୟଙ୍କ ଦ୍ୱାରା ଅନୁଷ୍ଠିତ ହେଇଯାଇଛି । ଏହି ଆସରରେ ବନେ୍ଦ ଉକôଳ ଜନନୀ ଗାନ କରିଥିଲେ ଦୁଇ ଯୁବ କବୟିତ୍ରୀ ସୁଶ୍ରୀ ବିଳାସିନୀ ମହୁରୀ ଓ ଶ୍ରଦ୍ଧାଞ୍ଜଳୀ ମିଶ୍ର । ଉଦଘାଟକଭାବେ ଇଂରାଜୀ ଅଧ୍ୟାପକ ଗୋଲକ ବିହାରୀ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥିଭାବେ ଇଂରାଜି ବାସୁଦେବ ବାରିକ ଯୋଗଦେଇଥିଲେ । ସଭାପତିତ୍ୱ କରିଥିଲେ ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ନାଟ୍ୟଗୌରବ ଅଟଳ ବିହାରୀ ନାୟକ । ପ୍ରେମ ପୃଥିବୀର ସମ୍ପାଦକ କୈଳାଶ ପଣ୍ଡା, କୈଳାଶ ଜେନା, ସମ୍ଭାବନାର କଳା ସମ୍ପାଦକ ଚୂଡ଼ାମଣି ଦାସ ଉପସ୍ଥିତ ଥିଲେ । କବିତା ଗୁଡିକୁ ସମୀକ୍ଷା କରିଥିଲେ ଇଂରାଜି ପ୍ରାଧ୍ୟାପକ କବି କିଶୋର ପାଣିଗ୍ରାହୀ । କବିତା ସଂଯୋଜନା କରିଥିଲେ କବି ସୁକାନ୍ତ ବେହେରା ।