ସମୟାନ୍ତରର ସାବିତ୍ରୀ


ମିନାକ୍ଷୀ ମଙ୍ଗରାଜ 

ସବୁ ଜାଣି ସବୁ ଶୁଣି 
ଜ୍ୟୋତିଷ ଗଣନା ଆଉ 
ଜୀବନର ସୁକ୍ଷ୍ମ ଦୈର୍ଘ୍ୟ ରେଖା, 
ପ୍ରେମ ଭକ୍ତି ପରିପୁର୍ଣ୍ଣା 
ସର୍ବ ଗୁଣେ ସୁ-ସମ୍ପର୍ଣ୍ଣା 
ପତି ପ୍ରାଣା ସୁ-ସ୍ୱାଧୀ ସାବିତ୍ରୀ 
କାଳ ହାତୁ ଭିଡି ଆଣିଥିଲେ 
ସତ୍ୟବାନ ଆୟୁ ଆଉ ପୁଞ୍ଜିଭୂତ 
ସଉଭାଗ୍ୟ, ଐଶ୍ୱର୍ଯ୍ୟର ଟୀକା  ।
ଏବେ କିନ୍ତୁ ସବୁ ବିଡ଼ମ୍ବିତ 
ନିରିମଳ, ନିରୁତା ପ୍ରେମରେ ନାହିଁ 
ମାନକର  ମୁଦ୍ରିତ ମୋହର 
ସ୍ୱାଧୀ ଏଠି ଅଭାଗିନୀ 
ନୀରବିତ ନିଭୃତ ବ୍ୟଥାରେ, 
ନିତି ନିତି ଲୁହ ଢାଳେ 
ପିନ୍ଧା ବସ୍ତ୍ର ପଣତ କାନିରେ 
ଆଉ କିଏ ସୌଭାଗିନୀ ଏଠି
ନିତି ନିତି ରଙ୍ଗ ମଖା ଝିକିମିକି 
ପରକୀୟା ପ୍ରଣୟୀ ଛାଞ୍ଚରେ  ।
ସତ୍ୟବାନ ସ୍ତମ୍ଭୀଭୂତ କେବେ 
ସାବିତ୍ରୀର ନଭଶ୍ଚୁମ୍ବୀ 
ମାଗଣର ଲମ୍ବା ତାଲିକାରେ 
ପିତ୍ରାଳୟ ପରାଜିତ ନିତି
କନ୍ୟା ଘର ଥୋପ ମରା 
ଭାର ସମ୍ଭାରରେ,
ଶାଶୁଙ୍କର ଦେଖା ଶିଖା
ବାକ୍ୟ ବିନ୍ୟାସରେ  ।
ସବୁ ଏଠି ବିପରୀତ 
ସମାଜର ଉଜାଣି ସୁଅରେ 
କେବେ କେବେ ଜିତିଯାଏ 
ସାବିତ୍ରୀର ନାଲି ଶଙ୍ଖା ସୌଭାଗ୍ୟ ସିନ୍ଦୂର 
କେବେ ପୁଣି ବାହାସ୍ପୋଟ ମାରେ ,
କାଳଜୟୀ ଯମ 
ସାବିତ୍ରୀର ଦିଗହରା ପ୍ରେମ 
ଆଉ ସତୀତ୍ୱର 
ଅଣଦେଖା ଉଦ୍ଭଟ ସୁଅରେ  ।
ତଥାପି ବି ଏଠି 
ନିତି ନିତି ଶୁଭୁଥିବ 
ସାବିତ୍ରୀର ପ୍ରେମ ଆଉ 
ନିଃସ୍ୱାର୍ଥ ସହଣୀ,
କାଳଜୟୀ, ଯୁଗଜୟୀ, ପ୍ରେମଜୟୀ,
ସୁହାସିନୀ ସତୀତ୍ୱର 
ଅମର କାହାଣୀ  । 

 ଭୋଗପୁର,ଖୋର୍ଦ୍ଧା 
                      ୯୧୭୮୧୪୬୪୬୧