ସର୍ବଭାରତୀୟ ରଥିଜେମା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ : ଭି. ଲାୟାନ୍ସ ଚାମ୍ପିଅନ୍

ବାଲିଅନ୍ତା: ସରୋଜ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଖେଳାଯାଇଥିବା ସର୍ବଭାରତୀୟ ରଥିଜେମା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍ୟାପିତ ହୋଇଯାଇଛି । ଏଥିରେ ଭି. ଲାୟାନ୍ସ ଚାମ୍ପିଅନ ହୋଇଥିବା ବେଳେ ଏମ୍ବିଏସ୍ ଏକାଦଶ ରନର୍ସପ ହୋଇଛି । ଚାମ୍ପିଅନ ଦଳକୁ ୧ ଲକ୍ଷ ଓ ରନର୍ସପ ଦଳକୁ ୫୦ ହଜାର ଟଙ୍କା ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯାଇଛି । ଆଜି ମୋଟ ୨ଟି ସେମିଫାଇନାଲ ଓ ଗୋଟିଏ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ସେମିଫାଇନାଲ ଏମ୍ବିଏସ୍ ଏକାଦଶ ଓ ଏୟାରପୋର୍ଟ ଆକ୍ସେସ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଏମ୍ବିଏସ୍ ଏକାଦଶ ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ ହରାଇ ୨୨୩ ରନ କରିଥିଲା । ୨୨୩ ବିଶାଳ ରନର ପିଛା କରି ଏୟାରପୋର୍ଟ ଆକ୍ସେସ ୪ୱିକେଟ ହରାଇ ମାତ୍ର ୧୫୭ ରନ କରିବାରେ ସକ୍ଷମ ହୋଇଥିଲା । ଫଳରେ ଏମ୍ବିଏସ୍ ଏକାଦଶ ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲରେ ହାପି ଏକାଦଶ ଓ ଭି. ଲାୟାନ୍ସ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ହାପି ଏକାଦଶ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ୱିକେଟ ହରାଇ ୨୦୨ ରନ କରିଥିଲା । ଜବାବରେ ଭି. ଲାୟାନ୍ସ ମାତ୍ର ୪ୱିକେଟ ହରାଇ ଶେଷ ଓଭରରେ ଏହି ରନକୁ ଅତିକ୍ରମ କରି ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ଏମ୍ବିଏସ୍ ଏକାଦଶ ଓ ଭି. ଲାୟାନ୍ସ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଟସ୍ ଜିତି ଭି ଲାୟାନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ଓଭର ବ୍ୟାଟିଂ କରି ଉକôଳ କେଶରୀ ରାଉତ ଓ ସ୍ୱାଗତ ପ୍ରଧାନଙ୍କ ଅର୍ଦ୍ଧଶତକ ବଳରେ ମାତ୍ର ୩ ୱିକେଟ ହରାଇ ୧୬୦ ରନ କରିଥିଲେ । ଜବାବରେ ଏମ୍ବିଏସ୍ ଏକାଦଶ ୩ ୱିକେଟ ହରାଇ ମାତ୍ର ୧୩୦ ରନ କରି ପରାଜିତ ହୋଇଥିଲେ । ଶେଷରେ ଭି ଲା୍ୟାନ୍ସ ଚାମ୍ପିଅନ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀରୁ ଖେଳିବାକୁ ଆସିଥିବା ଆକାଶ ମାଲିଙ୍ଗା, ରାଞ୍ଚିରୁ ରିତେଶ ଓ ୟୁପିରୁ ରିଷୁ ସିଂ ମୁଖ୍ୟ ଆକର୍ଷଣ ଥିଲେ । ବେଷ୍ଟ ବ୍ୟାଟ୍ସମ୍ୟାନ ଓ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଭି ଲ୍ୟାନ୍ସର ଉକôଳ କେଶରୀ ରାଉତ, ବେଷ୍ଟ ବୋଲର ଭାବେ ରିଶୁ ସିଂ, ବେଷ୍ଟ ଫିଲଡର ଭାବେ ହାପି ଏକାଦଶର ଗଦିଆ ଓ ବାବନକୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ଆଜିର ଫାଇନାଲ ମ୍ୟାଚ୍ରେ ଅତିଥିଭାବେ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ଉପାଧ୍ୟକ୍ଷା ଇତିଶ୍ରୀ ଜେନା, ଜିଲ୍ଲା ପରିଷଦ ସଭ୍ୟା କୁନମୁନ ଲେଙ୍କା, ସ୍ଥାନୀୟ ସରପଞ୍ଚ ରୀନା ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ଦୁର୍ଗାଶିଷ, ଶ୍ରୀବଶ୍ଚ ଧଳ, ଶିକ୍ଷାବିତ ସିଦେ୍ଧଶ୍ୱର ମହାନ୍ତି, ଅଭିନେତା ଚନ୍ଦନ କର, ରିତେଶ, ଅଭିନେତ୍ରୀ ହିରଣ୍ମୟୀ, ଆର୍ଜେ କେପି ପ୍ରମୁଖ ଯୋଗଦେଇ ଚାମ୍ପିଅନ ଓ ରନର୍ସପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ରଥିଜେମା ଗ୍ରାମର ଯୁବଖେଳାଳି ଓ ଗ୍ରାମବାସୀ ପରିଚାଳନା କରିଥିବା ବେଳେ ପ୍ରତି ମ୍ୟାଚ୍ରେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ଅନୁପ ଶୁଭଙ୍କର ନାୟକ ।