ସର୍ବଭାରାତୀୟ ଏଜି କପ୍ କ୍ରିକେଟ: ଏମଏମସିସି ସମ୍ବଲପୁର ଚାମ୍ପିଅନ

ବୈତରଣୀ ରୋଡ଼:  କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦାଳ ପଂଚାୟତ ସ୍ଥିତ ଦୁଲାଖାପାଟଣା ମା’ମଙ୍ଗଳା ଷ୍ଟାଡ଼ିୟମ ଠାରେ ମା ମଙ୍ଗଳା କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ସର୍ବ ଭାରତୀୟ ଏଜିକପ୍ ଟୁର୍ଣ୍ଣାମେଂଟ ଉଦ୍ୟାପିତ ହୋଇଯାଇଛି । ଏଥିରେ ୟୁନିୟନ ଷ୍ପୋର୍ଟିଙ୍ଗ ଝାଡ଼ଖଣ୍ଡକୁ ହରାଇ ଏମଏମସିସି ସମ୍ବଲପୁର ଚମ୍ପିଅନ ହୋଇଛି । ଏମଏମସିସି ଟସ୍ ଜିିତି ୟୁନିୟନ ଷ୍ପୋର୍ଟିଙ୍ଗ ଝାଡ଼ଖଣ୍ଡକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା । ଝାଡ଼ଖଣ୍ଡ ନିର୍ଦ୍ଧାରିତ ୨୪ ଓଭର ୪ବଲ ଖେଳି ସମସ୍ତ  ୱିକେଟ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା । ଜବାବରେ ଏମଏମସିସି ୧୫ ଓଭର ୪ବଲ ଖେଳି୪ ୱିକେଟ ହରାଇ ୧୫୦ ରନ୍ କରି ଚମ୍ପିଅନ ହୋଇଥିଲା । ମ୍ୟାଚ୍ରେ ଚମ୍ପିଆନ ଦଳର ଅଭିଶେଖ ଯାଦବ ୪ ଓଭର ବୋଲିଂକରି ୧୮ରନ୍ ବିନିମୟରେ ୪ ୱିକେଟ ନେଇଥିବାରୁ ମ୍ୟାନ ଅଫଦି ମ୍ୟାଚ ଓ ମ୍ୟାନଅଫ ଦି ସିରିଜ ଭାବେ ବିବେଚିତ କରାଯାଇ ପୁରଷ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ସଭା କ୍ଲବର ସମ୍ପାଦକ ସତ୍ୟରଂଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅତିଥି କୋରେଇ ବିଧାୟକ ଆକାଶଦାସ ନାୟକ, ଧର୍ମଶଳା ବିଧାୟକ ହିମାଂଶୁ ଶେଖର ସାହୁ, ଏଜି ଗୃପର ପ୍ରତିଷ୍ଠାତା ସଦାନନ୍ଦ କୁଣ୍ଡୁ ଓ ଓଡ଼ିଆ ଚଳଚିତ୍ର ଜଗତର ସିନେ ତାରକା ପୁନମ ମିଶ୍ର ଯୋଗଦେଇ ଚମ୍ପିଅନ ଓ ରନର୍ସ ଦଳକୁ ପୁରଷ୍କୃତ କରିଥିଲେ ।  ଅନ୍ୟତମ ଅତିଥି ଭାବେ ପୂର୍ବତନ ସରପଂଚ ପ୍ରକାଶ କୁମାର ଧଳ, ଉଦୟନାଥ ପରିଡା, ସରପଂଚ ବିଷ୍ଣୁଚରଣ ରଥ, ସମିତସଭ୍ୟା ଶ୍ରାବଣୀ ମହାକୁଡ, ପୂର୍ବତନ ସମିତସଭ୍ୟା ଜୟନ୍ତୀ ସାହୁ, ବିଜେପି ରାଜ୍ୟ ମହିଳା ସଂଯୋଜକ ଇତିଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଖେଳକୁ ପ୍ରାଣନାଥ ଜେନା, ଆଶୁତୋଷ ପାଣି, ଦୁର୍ଗାପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଧାରାବିବଣୀ ପ୍ରଦାନ କରୁଥିବା ବୁବୁ ସିହ୍ନା, ସେକ୍ ଇମିରାନ, ଉସôାହି ଦର୍ଶକ ନିରୋଦ ସାହୁ, ଶୃଙ୍ଖଳିତ ଖେଳୁଥିବା ଦଳଙ୍କୁ ପୁରଷ୍କୃତ କରାଯାଇଥିଲା । କିରନ ମନୋହର ମହାନ୍ତି ସ୍କୋରର ରହିଥିବା ବେଳେ ସେକ୍ ଇମ୍ରାନ ଓ ସତ୍ୟରଂଜନ ମିଶ୍ର ଧାରାବିବରଣୀ ପ୍ରଦାନ କରିଥିଲେ ।