ସର୍ବ ଭାରତୀୟ କନିଷ୍ଠ କିକ୍ ବକ୍ସିଂ, ଯାଜପୁରର ୫ ପ୍ରତିଯୋଗୀ
ଯାଜପୁର ଟାଉନ : ଚଳିତ ମାସ ୨୭ରୁ ୩୧ପର୍ଯ୍ୟନ୍ତ ଚେନାଇରେ ସର୍ବ ଭାରତୀୟ କନିଷ୍ଠ କିକ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗିତାରେ ଯାଜପୁରର ୫ପ୍ରତିଯୋଗୀ ମଧୁସ୍ମିତା ପୃଷ୍ଟି, ହିତେଶ କୁମାର ପାତ୍ର, ସାଇ ଅଦ୍ୟାଂଶୁ ମିଶ୍ର, କିଶାନ କୁମାର ସାହୁ ଓ ନିଶିକାନ୍ତ ସାହୁ ଭାଗ ନେବେ । ଏହା ସହ୨ଅଧିକାରୀ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଅନଗୁଳରେ ଅନୁଷ୍ଠିତ ରାଜ୍ୟ ପ୍ରତିଯୋଗୀତା ଓ ଚୟନ ପ୍ରକ୍ରିୟାରେ ଉତୀର୍ଣ୍ଣ ହୋଇ ଚୟନୀତ ହୋଇଛନ୍ତି । ରିତେନ୍ଦ୍ର ବିଶ୍ୱାଳ, ପ୍ରଶିକ୍ଷକ ଓ ଜିତେନ୍ଦ୍ର ମହାନ୍ତି ଓଡ଼ିଶା ଦଳର ପ୍ରବନ୍ଧକ ଭାବେ ଚେନ୍ନାଇ ଯାତ୍ରା କରୁଛନ୍ତି । ଯାଜପୁର ସ୍ପୋର୍ଟ୍ସ କିକ୍ ବକ୍ସିଂ ସଂଘ ଦ୍ୱାରା ଏହି ପ୍ରତିଯୋଗୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରା ଯାଇଥିଲା । ଏହି ଦଳର ସଦସ୍ୟମାନଙ୍କୁ ଯାଜପୁର ସ୍ପୋର୍ଟ୍ସ କିକବକ୍ସିଂ ସଂଘର ସଭାପତି ବଟକୃଷ୍ଣ ମହାପାତ୍ର, ମିଡିୟା ପରାମର୍ଶଦାତା ତନ ମହାନ୍ତି, କ୍ରୀଡା ଅଧିକାରୀ ଫକିର ମୋହନ ତୁଡୁ, ୱାକୋ ଓଡିଶା ସଭାପତି କାର୍ତିକ ଡାକୁଆ ଶୁଭେଛା ଜଣାଇଛନ୍ତି । ଦଳର ସଫଳତା ପାଇଁ ସମ୍ପାଦକ ଜ୍ୟୋର୍ତିମୟ ନାଥଶର୍ମା, ରଞ୍ଜନ ସୁତାର, ଲୋକନାଥ ମହାପାତ୍ର, ପ୍ରକାଶ ଲାଳା, ଅମୃତାଙ୍କ ଦାସ, ମଦନ ମୋହନ ପତି, ସସ୍ମିତା ରଣା, ପ୍ରଶିକ୍ଷକ ଭାଗ୍ୟଶ୍ରୀ ମହାପାତ୍ର ଶୁଭେଛା ଜଣାଇଛନ୍ତି ।