ସାଂସଦଙ୍କ ପ୍ରତିନିଧି ନିଯୁକ୍ତ

 ଆନନ୍ଦପୁର: ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ ଛାତ୍ରୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ଗମ୍ଭୀରତାର ସହିତ ନେଇଛନ୍ତି କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାଏକ । ଯଦ୍ୱାରାକି ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟରେ ସେ ଆଜି ନିଜର ପ୍ରତିନିଧି ଭାବେ ବରିଷ୍ଠ ବିଜେପି ନେତ୍ରୀ ପ୍ରଣୟିନୀ ବ୍ରହ୍ମଙ୍କୁ ନିଯୁକ୍ତି ଦେଇଛନ୍ତି । ସାଂସଦଙ୍କ ଚିଠି ପ୍ରାପ୍ତ ହେବାପରେ ଶ୍ରୀମତୀ ବ୍ରହ୍ମ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ଅଧକ୍ଷା ସୌଭାଗ୍ୟମୟୀ ନାୟକଙ୍କୁ ଆଜି ଭେଟି ନିଜର ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଛାତ୍ରୀ ନିର୍ଯାତନାକୁ ସରକାର ଦୃଢ଼ ହସ୍ତରେ ଦମନ କରୁଥିବା ବେଳେ କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟରେ ଯେମିତି ଏପରି ପରିସ୍ଥିତି ଦେଖାନଯାଏ ଏହା ନବ ନିଯୁକ୍ତ ସାଂସଦ ପ୍ରତିନିଧିଙ୍କ କ୍ଷେତ୍ରରେ ବଡ଼ ଚ୍ୟାଲେଞ୍ଜ ହୋଇ ରହିବ ।