ସାଧନକେନ୍ଦ୍ରସ୍ତରୀୟ ବୈଠକ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଳକର ମହୁରା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ସାଧନକେନ୍ଦ୍ରସ୍ତରୀୟ ବୈଠକ ଶିକ୍ଷାସଂଯୋଜକ ଧର୍ମେନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉବିଇଓ ବିଦୁ୍ୟତଲତା ଜେନା ମୁଖ୍ୟଅତିଥି, ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା ସମ୍ମାନିତ ଅତଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷା ସଂଯୋଜକ ଶ୍ରୀ ସ୍ୱାଇଁ ଏହି ବୈଠକରେ ଶିଶୁବାଟିକା ଶିକ୍ଷକ ସହାୟକ ପୁସ୍ତିକା, କାର୍ଯ୍ୟପୁସ୍ତିକା, ଚଳିତ ମାସ ଶିକ୍ଷା କ୍ୟାଲେଣ୍ଡର, ଶ୍ରେଣୀ ପରିଚାଳନା, ବିଦ୍ୟାଳୟ ବିକାଶ, ସୁରକ୍ଷା ଓ ନିରାପତ୍ତା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ଜେନା, କାଳନ୍ଦୀ ଚରଣ ବେହେରା, ଅନ୍ନପୂର୍ଣ୍ଣା ଦଳେଇ, ସଙ୍ଗୀତା ବେହେରା, ଅବନ୍ତି ନାୟକ, ପ୍ରଣତୀ ରାଉତ, ଦୁଃଶାସନ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁ ପ୍ରମୁଖ ବୈଠକରେ ଆଲୋଚନା କରିଥିଲେ ।  ରମେଶ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।