ସାପ କାମୁଡାରେ ମହିଳା ମୃତ 

ବୁଗୁଡା: ବୁଗୁଡ଼ା ଥାନା ମାଣିତରା ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜନୈକା ମହିଳାଙ୍କ ମୃତୁ୍ୟ ଘଟିଥିବା ଜଣାଯାଇଛି । ମୃତା ମହିଳା ଜଣକ ହେଲେ ମାଧୁରୀ ବେହେରା (୬୫) । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୧୨/୨୫ରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ମାଧୁରୀ ବିଲରେ କାମ କରୁଥିବା ବେଳେ କୌଣସି ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା । ଜଳାପୋଡ଼ା ହେବାରୁ ସେ ଘରକୁ ଚାଲିଯାଇଥିଲେ । ଯନ୍ତଣା ଅସହ୍ୟ ହେବାରୁ ତାଙ୍କୁ ବୁଗୁଡା ମେଡିକାଲକୁ ଅଣାଯାଇଥିଲା  । ସେଠାରେ ଚିକିସôାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏ ନେଇ ଖବର ପାଇବା ପରେ ପୁଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତୁ୍ୟ ମାମଲା ରୁଜୁ କରିଥିବା ଜଣାଯାଇଛି ।