ସାପ କାମୁଡ଼ାରେ ଶିଶୁକନ୍ୟା ମୃତ
ହିଞ୍ଜିଳିକାଟୁ : ଏକ ବିଷଧର ସାପ କାମୁଡ଼ାରେ ଜଣେ ଶିଶୁକନ୍ୟାଙ୍କ ମୃତୁ୍ୟ ଘଟିଛି । ମୃତକା ଜଣଙ୍କ ହେଲେ ହିଞ୍ଜିଳି ଥାନା ଶାସନଆମ୍ବଗାଁର ସଞ୍ଜୟ ବେହେରାଙ୍କ ୬ ବର୍ଷର ଶିଶୁ କନ୍ୟା ଚିତ୍ରା ବେହେରା । ପ୍ରକାଶ ଯେ, ଗୁରୁବାର ସକାଳେ ଶାସନଆମ୍ବଗାଁ ସ୍କୁଲ ସାହିର ସଞ୍ଜୟଙ୍କ ଝିଅ ଘରର ଚାରିପଟେ ଖେଳୁଥିଲା । ଏହି ସମୟରେ ଏକ ବିଷଧର ସାପ ଆସି ଚିତ୍ରାଙ୍କ ହାତକୁ କାମୁଡି ଦେଇଥିଲା । ଶିଶୁକନ୍ୟାଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।