ସାବଧାନ'ରାଜଧାନୀରେ ମାତିଛନ୍ତି ପଞ୍ଚିମବଙ୍ଗ ଲୁଟେରା ଗ୍ୟାଙ୍ଗ୍

ଭୁବନେଶ୍ୱର, ୧୧ା୫ : ସାବଧାନ' ମୋ ବସ'ରେ ଯାତ୍ରା କରୁଥିଲେ । କଟକ ଓ ଭୁବନେଶ୍ୱରରେ ମାତିଛନ୍ତି ପଞ୍ଚିମବଙ୍ଗର ମହିଳା ଲୁଟେରା ଗ୍ୟାଙ୍ଗ୍ । କ୍ଷଣିକରେ ଲୁଟି ନେଉଛନ୍ତି ମୋବାଇଲ ଓ ଟଙ୍କା । ସେହିଭଳି କଟକରୁ ଭୁବନେଶ୍ୱରକୁ ଯାତାୟତ କରୁଥିବା ବିଭିନ୍ନ ମୋ ବସ' ମାନଙ୍କରୁ ମହିଳା ଓ ପୁରୁଷ ମାନଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟ୍ ପାଟ୍ କରୁଥିବା ମହିଳା ଲୁଟେରା ଗ୍ୟାଙ୍ଗର ମୁଖ୍ୟକୁ ଆଜି ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ତାଠାରୁ ଏକ ମୋବାଇଲ ଜବତ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି । ଗିରଫ ମହିଳା ଲୁଟେରା ହେଲେ, ପଞ୍ଚିମବଙ୍ଗର ଲାଜବତୀ ସିଂ । ବାକି ସହଯୋଗୀଙ୍କୁ ଧରିବାକୁ ପୁଲିସ ତଦନ୍ତ ଚଳାଇଛି ।
ସୂଚନାଯୋଗ୍ୟଯେ, ଗତ ୧୦ ତାରିଖ ଅପରାହ୍ନ ୩.୩୦ ସମୟରେ ଅଭିଯୋଗକାରିଣୀ ପାର୍ବତୀ ସାହୁ ଘରକୁ ଆସିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡରୁ ଓମଫେଡ୍ ଛକକୁ ଯିବା ପାଇଁ ମୋ ବସ'ରେ ବସିଥିଲେ । ସେ ବସରେ ଯାଇ ଓମଫେଡ୍ ଛକରେ ପହଞ୍ଚିବା ଭିତରେ ମହିଳା ଲୁଟେରା ତାଙ୍କ ବ୍ୟାଗରୁ ମୋବାଇଲ ନେଇ ଛୁ । ଅଭିଯୋଗକାରୀ ବସରୁ ଓହ୍ଲାଇ ଦେଖିଲା ବେଳକୁ ତାଙ୍କର ମୋବାଇଲ ଚୋରି ହୋଇଯାଇଛି । ଅନ୍ୟପଟେ ବସରୁ ଓହ୍ଲାଇ ଜଣେ ମହିଳା ଦୌଡ଼ି ପଳାିବାର ମଧ୍ୟ ଦେଖିଥିଲେ ଅଭିଯୋଗକାରୀ । ସନେ୍ଦହ ହେବାରୁ ସେ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ମୋବାଇଲ ଟ୍ରାକିଂ କରି ମହିଳା ଲୁଟେରାକୁ ପୁଣି ଏକ ବସରୁ ମୋବାଇଲ ଚୋରି କରିବାକୁ ଯୋଜନା ବେଳେ ଓମଫେଡ଼ ଛକରେ ଧରିଲା ପୁଲିସ । ଲୁଟେରାକୁ କାବୁ କରିବା ପରେ ଜଣାପଡ଼ିଥିଲା, ଅଭିଯୁକ୍ତ ମାନେ କଟକ ଲିଙ୍କ ରୋଡ ଓ ଓମପି ଛକରେ ରହିବା ସହ ସେଠାରୁ ମୋ ବସ'ରେ ଆସୁଥିବା ଯାତ୍ରୀଙ୍କ ଠାରୁ ମୋବାଇଲ ଚୋରି କରିବା ପାଇଁ ଭୁବନେଶ୍ୱର ଯିବା ଆସିବା କରିଥାନ୍ତି । ବସରୁ ମୋବାଇଲ ଚୋରି କରିବା ପରେ ସେମାନେ ପୁଣି କଟକ ଫେରିଯାଇଥାନ୍ତି ।