ସାମାଜିକ କର୍ମୀ ସମ୍ମିଳନୀ
ଜଗତସିଂହପୁର : ତିର୍ତ୍ତୋଲ ଅରିଲୋସ୍ଥିତ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗଦର୍ଶନରେ ପୂଜ୍ୟ ବାବାଙ୍କ ଶିଷ୍ୟ ତଥା ଜ୍ୟୋତିର୍ବିଦ ଡ଼ ଅରୁଣ କୁମାର ପାଣିଙ୍କ ପୌରାହିତ୍ୟରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ରାଷ୍ଟ୍ରବାଦୀଯୁବକ ଯୁବତୀ ମାନଙ୍କୁ ନେଇ ରାଷ୍ଟ୍ରବାଦୀ ଯୁବସଂକଳ୍ପ, ସାମୁହିକ ରକ୍ଷାବନ୍ଧନ, ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା, କବିତା ପାଠୋସôବ ପ୍ରଭୁତି ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଚିତ୍ତରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ବିଶ୍ୱହିନ୍ଦୁପରିଷଦର ଜିଲ୍ଲା ସମ୍ପାଦକ ନଳିନୀ ଜୀ ମହାରାଜ, ସମାଜସେବୀ ବଲ୍ଲବ ଚରଣ ପାଣି, କଳ୍ପନା ସୁତାର, ଆଇନଜୀବୀ ପ୍ରଶାନ୍ତ କୁମାର ଦାସ , ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ , ଆଶ୍ରମର ବରିଷ୍ଠ ସନ୍ୟାସୀ ଶ୍ରୀବାସ ଦାସ , ପ୍ରକାଶ ଭାଇ,ଗୋପାଳ ଦାସ, କାଳିଆ ନନା ପ୍ରମୁଖ ଯୋଗ ଦେଇଥିଲେ ।