ସାମାଜିକ ସୁରକ୍ଷାକୁ ଗୁରୁତ୍ୱ
 ଭୁବନେଶ୍ୱର : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨୦୨୫-୨୦୨୭ ଅବଧି ପାଇଁ ୟୁନିସେଫର ସାମାଜିକ ନୀତି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ବୈଠକ ଆଜି ଅପରାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଓ ଶିଶୁ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଆର୍ଏସ୍ ଗୋପାଳନ, ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଟି ଆଓ, ଅତିରିକ୍ତ ଶାସନ ସଚିବ ମନୀଷ ଅଗ୍ରୱାଲ, ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତୀ ହରିଚନ୍ଦନ, ଜନଗଣନା ନିଦେ୍ର୍ଦଶକ ୟୁଏନ୍ ଦାସଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗଦେଇଥିବା ବେଳେ ୟୁନିସେଫ ତରଫରୁ ସାମାଜିକ ଓ ବ୍ୟବହାରିକ ପରିବର୍ତ୍ତନ ବିଶେଷଜ୍ଞ ଡଃ. ସୁଗତ ରାୟ, ସାମାଜିକ ନୀତି ବିଶେଷଜ୍ଞ ଡଃ. ବାଳ ପାରିତୋଷ ଦାଶ, ସାମାଜିକ ନୀତି ପରାମର୍ଶଦାତା ଅଜୟ କୁମାର ସିଂ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନା କରିଥିଲେ । 
ଭାରତ-ୟୁନିସେଫ୍ ସହଯୋଗ କାର୍ଯ୍ୟକ୍ରମ ୨୦୨୩-୨୭ ହେଉଛି ୟୁନିସେଫର ଏକ ବହୁବର୍ଷିଆ କାର୍ଯ୍ୟଯୋଜନା, ଯାହାର ଉଦେ୍ଦଶ୍ୟ ହେଉଛି "୨୦୨୭ ସୁଦ୍ଧା ଶିଶୁ, କିଶୋର ଏବଂ ମହିଳା, ବିଶେଷକରି ସବୁଠାରୁ ଅସୁରକ୍ଷିତ, ଲିଙ୍ଗ-ଉତ୍ତରଦାୟୀ, ଜଳବାୟୁ ଅନୁକୂଳ ଏବଂ ବିଭିନ୍ନ ଆଘାତ ପ୍ରଭାବିତ ଉତ୍ତରଦାୟୀ ସାମାଜିକ ଏବଂ ଅର୍ଥନୈତିକ ନୀତି ଏବଂ ସାମାଜିକ ସୁରକ୍ଷା ଉପରେ କାର୍ଯ୍ୟକ୍ରମ କରି ସଫଳତା ଆଣିବା' । ସାମାଜିକ ନୀତି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟ ଯୋଜନା (ଏସ୍ପିଏସ୍ପି) କାର୍ଯ୍ୟକ୍ରମଗୁଡ଼ିକ ସଂପାଦନ ପାଇଁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ନୋଡାଲ ବିଭାଗ ଭାବେ ସରକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନମାନଙ୍କ ସହଭାଗିଦାରୀରେ କାର୍ଯ୍ୟ କରିବ ।                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
             
    
 
    
 
 
 
