ସାମ୍ବାଦିକଙ୍କ ଦାଦାଗିରି! 

 ାା ଚାନ୍ଦବାଲିରୁ ଅଭୟ ନାୟକ ।ା
ଦିନକୁ ଦିନ କିଛି କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଦାଦାଗିରି ବଢ଼ିବାରେ ଲାଗିଛି । ଏମିତି କି କଲମ ବଦଳରେ ବଲମ ଦେଖାଇ ବାକୁ ପଛାଉ ନାହାନ୍ତି କିଛି ସାମ୍ବାଦିକ । ଏ ନେଇ ଅନ୍ୟ ସାମ୍ବାଦିକ ମାନେ ବଦନାମ ହେଉଛନ୍ତି । ଏମିତି ଏକ ସାମ୍ବାଦିକଙ୍କ ଦାଦାଗିରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ । ସୂଚନା ମୁତାବକ ଚାନ୍ଦବାଲି ଅଞ୍ଚଳର ଜଣେ ଯୁବକ ଅର୍ଗସ ସାମ୍ବାଦିକ ଭାଗୀରଥି ସେଠୀଙ୍କ ଠାରୁ କିଛି ଟଙ୍କା ନେଇଥିଲେ । ଟଙ୍କା ଦେବା ବିଳମ୍ବ ହେବାରୁ ନିଜକୁ ଜଣେ ଆଗ ଧାଡ଼ିର କାର୍ଯ୍ୟରତ ସାମ୍ବାଦିକ କହି ସର୍ବ ସମ୍ମୁଖରେ ସେ ଯୁବକଙ୍କୁ ତଳେ ପକାଇ ମାଡ ମାରିବା ସହିତ ଯୁବକ ବେକରେ ପିନ୍ଧିଥିବା ସୁନା ହାର ମଧ୍ୟ୍ୟ ଛିଡାଇ ନେଇଥିବା ଚାନ୍ଦବାଲି ଥାନାରେ ଅଭିଯୋଗ ହୋଇଛି । ସାମ୍ବାଦିକଙ୍କ ଆକ୍ରମଣରେ ଯୁବକ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁତର ଭାବେ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସେଠାରୁ ଡାକ୍ତର କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରିଥିବା ଦେଖିବାକୁ ମିଳିଛି ।  ଏ ନେଇ ସାମ୍ବାଦିକ ଭାଗିରଥି ସେଠୀ ମଧ୍ୟ୍ୟ ଚାନ୍ଦବାଲି ଥାନାରେ ଏକ ପାଲଟା ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ଚାନ୍ଦବାଲି ଥାନା ଅଧିକାରୀ ପରେଶ ମହାନ୍ତି ଅଭିଯୋଗ କାରୀଙ୍କ ଅଭିଯୋଗ ମୁତାବକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା ଗଣ ମାଧ୍ୟ୍ୟମକୁ ସୂଚନା ଦେଇଛନ୍ତି ।