ସାମ୍ବାଦିକ ନାରାୟଣ ସାହାଣୀଙ୍କୁ ଶ୍ରଦ୍ଧାଞ୍ଜଳି

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ସାନଜରିଆ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ଖବରଦାତା ତଥା ସମାଜସେବୀ ନାରାୟଣ ଚନ୍ଦ୍ର ସାହାଣୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଶିଷ୍ଟ ସାହିତି୍ୟକ ତଥା ସ୍ତମ୍ଭକାର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ୱର୍ଗତ ସାହାଣୀଙ୍କ ସ୍ମୃତିଚାରଣ କରିଥିଲେ । ବିଶିଷ୍ଠ ଶିକ୍ଷକ ସଂଜୀବ କୁମାର ତରାଇଙ୍କ ଅଧ୍ୟକ୍ଷତା ଏବଂ ଗଣେଶ୍ୱର ଗାହାଣଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବରିଷ୍ଠ ଖବରଦାତା ଭାସ୍କର ରାଉତରାୟ, କୃଷକନେତା ଗୟାଧର ଧଳ, ବିଜୟ ଦାସ, ଦାଶରଥି ସାହୁ, ଦୋଳଗୋବିନ୍ଦ ସାହୁ, ମହେଶ୍ୱର ସାମଲ, ଯଦୁମଣୀ ଦାସ, ପଣ୍ଡିତ ପ୍ରମୋଦ ତ୍ରିପାଠୀ, ସୁରେନ୍ଦ୍ର ପରିଡା, ଶିକ୍ଷାବିତ ଅରକ୍ଷିତ ସାହୁ, ଖବରଦାତା ସରୋଜ ପରିଡା, କୁମାରେଶ ନାୟକ, ପ୍ରକାଶ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନାରାୟଣ ଚନ୍ଦ୍ର ସାହାଣୀ ଜଣେ ଉଚ୍ଚକୋଟୀର ଖବରଦାତା ହୋଇଥିବା ବେଳେ ଏକ ଅମ୍ଳାନ ପ୍ରତିଭା ଥିଲେ । ଖବର କରିବା ସହିତ ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରଥିଲେ । ଗଣମାଧ୍ୟମ କ୍ଷେତ୍ରରେ ସେ ନିଜକୁ ପ୍ରତିଷ୍ଠିତ କରିବା ସହିତ ନିର୍ଭୀକ ଖବର ପରିବେଷଣ କରି ଲୋକଙ୍କ ସ୍ୱର ହୋଇପାରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।  ଏହି ଶ୍ରଦ୍ଧାଞ୍ଜଳି ସଭାକୁ ବିଜୟ ଜେନା, କାର୍ତ୍ତିକ ଦାସ, ଅଭିଳାଷ ପାତ୍ର, ଅକ୍ଷୟ ସ୍ୱାଇଁ, ବିକ୍ରମ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ବିଜୟ ଦାଶ ଧନ୍ୟବାଦ ଦେଇଥିଲେ । ସେହିପରି ପଟ୍ଟାମୁଣ୍ଡାଇ ଏସୟୁଜେ ଖବରଦାତା ସଂଘ ପକ୍ଷରୁ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ସ୍ୱର୍ଗତ ନାରାୟଣ ସାହାଣୀଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା ।