ସାମ୍ବାଦିକ ୟୁନିଅନର ସାଙ୍ଗଠନିକ ବୈଠକ

 ସିଂହପୁର: ଓୟୁଜେ ଅନୁବନ୍ଧିତ ବିଞ୍ଝାରପୁର ସାମ୍ବାଦିକ ୟୁନିଅନର ବନ୍ଧୁ ମିଳନ ଓ ସାଙ୍ଗଠନିକ ବୈଠକ ସଭାପତି ଦେବ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ସୟଦପୁର ଠାରେ ଆୟୋଜିତ ହୋଇଯାଇଛି । ଅତିଥି ଭାବେ ଓୟୁଜେ ରାଜ୍ୟ ଉପସଭାପତି ରାଜିବ ମହାନ୍ତି, ଯାଜପୁର ଜିଲା ଶାଖାର ସଭାପତି ଅରୁଣ କୁମାର ରାଉତରାୟ, ଜିଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ସାହୁ, ବିଞ୍ଝାରପୁର ସାମ୍ବାଦିକ ୟୁନିଅନର ସାଧାରଣ ସମ୍ପାଦକ ସେକ ସନୱାର, ବରିଷ୍ଠ ଉପଦେଷ୍ଟା ଦୀଲିପ କୁମାର ରାଉଳ, ସ୍ଥାନୀୟ ସରପଂଚ ଏମଡି ସବିର ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କୁ ସ୍ୱାଭିମାନର ସହ କାର୍ଯ୍ୟ କରିବା ଏବଂ ସକରାତ୍ମକ ଖବର ପରିବେଷଣ ପାଇଁ ଆହ୍ୱାନ ଦେଇଥିଲେ । ବୈଠକରେ ବିଞ୍ଝାରପୁର ସାମ୍ବାଦିକ ୟୁନିଅନର ଉପସଭାପତି ଗୁଲସାନ ନୱାଜ ଅଲ୍ଲି ଖାଁନ, ସହସମ୍ପାଦକ ସତ୍ୟରଂଜନ ମଲ୍ଲିକ, ବିଶ୍ୱଜିତ୍ ନାୟକ, କୋଷାଧ୍ୟକ୍ଷ ଅନଙ୍ଗ ଉଦୟ ବେଉରିଆ, ସୀତାକାନ୍ତ ସାମଲ, ସଂଯୋଜକ ଶଙ୍କର୍ଷଣ ସାମଲ, ସାମାଜିକ ଗଣମାଧ୍ୟମ ସଂଯୋଜକ ନିମାଇଁ ଘଡାଇ, ସଭ୍ୟ ଗୋପାଳ ସୂତାର, ଶୁଭେନ୍ଦ୍ର କୁମାର ସାମଲ, ପ୍ରଦୀପ ମଲ୍ଲିକ, ସୁରେନ୍ଦ୍ର ସାମଲ, ମଇଦୁଲ ଇସଲାମ, ଅଭିନ୍ନ ଶଙ୍କର ସାହୁ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ସର୍ବସମ୍ମତିକ୍ରମେ ବିଭିନ୍ନ ସାଙ୍ଗଠନିକ ଆଲୋଚନା କରାଯାଇ ଆଗାମିକାର୍ଯ୍ୟପନ୍ଥା ସମ୍ପର୍କରେ ନିସ୍ପତି ଗ୍ରହଣ କରାଯାଇଥିଲା । ୟୁନିଅନର ଉପଦେଷ୍ଠା ହରେକୃଷ୍ଣ ପଣ୍ଡା, ନନ୍ଦକିଶୋର ସାମଲ, କୈଳାସ ସେଠୀ, ରବିନ୍ଦ୍ର କୁମାର ପରିଡା ପ୍ରମୁଖ ଶୁଭେଚ୍ଛା ବାର୍ତା ପ୍ରେରଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜାବିର ହୋସେନ ଖାନ, ରହିମୁଦ୍ଦିନ ଖାନ, ସେକ ତାଜୁଦ୍ଦିନ ପ୍ରମୁଖ ସାହଯୋଗ କରିଥିଲେ । ଶେଷରେ ବରିଷ୍ଠ ଉପଦେଷ୍ଠା ଶିକ୍ଷାବିତ୍ ଅକ୍ଷୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।