ସାହିତ୍ୟ ସଂସଦର ବିଷୁବ ଆସର

 ଖଇରା : ଖଇରା ସାହିତ୍ୟ ସାଂସଦର ବିଷୁବ ଆସର ସଂସଦର ସ୍ଥାୟୀ ସଭାପତି ମାୟାଧର ନାୟକଙ୍କ ପୌରହିତ୍ୟରେ  ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପହେଲଗାମରେ ଆତଙ୍କବାଦୀ ଆକ୍ରମଣରେ ନିହତ ହୋଇଥିବା ୨୬ପର୍ଯ୍ୟଟଙ୍କ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । କବୟତ୍ରୀ ସୁରମା ପାଣିଙ୍କ ସଂଯୋଜନାରେ ମୋଟ ୧୫ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ । କବି ସଂର୍କୀତ୍ତନ ପଣ୍ଡା କବିତା ଗୁଡିକର ସମୀକ୍ଷା କରିଥିଲେ ।  ସମ୍ପାଦକ ରଘୁନାଥ ପତ୍ରୀ ବିବରଣୀ ପାଠ କରିବା ପରେ ସଂସଦର ବାର୍ଷିକୋତ୍ସବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂସଦର ସଦସ୍ୟ ଚିନ୍ତାମଣି ସାହାଣି, ନାରାୟଣ ପ୍ରସାଦ୍ ପେଡା, ଦେବେନ୍ଦ୍ର କୁମାର ରାଉତ, ବସନ୍ତ କୁମାର ଦାସ, ପଦ୍ମନାଭ ପଣ୍ଡା, ସଞ୍ଜୟ କୁମାର ଭଟ୍ଟରାୟ, ପଦ୍ମନାଭ ଶନିବିଗ୍ରହ, ଦିନବନ୍ଧୁ ଦାଶ, ବିଜୟ କୁମାର ପଣ୍ଡା, ମଧୁସୂଦନ ରାଉଳ, ବୁଦ୍ଧିରାମ ପାଣିଗ୍ରାହୀ, ଉଗ୍ରସେନ ମାଝୀ, ବିଜୟ କୁମାର ପଣ୍ଡା, ଶଶିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।