ସିଆଇଏସ୍ଏଫ୍ର ଉପକୂଳ ସୁରକ୍ଷା ବାର୍ତ୍ତା ପ୍ରଦାନ
ରାଜକନିକା: ଉପକୂଳ ସୁରକ୍ଷା ସଚେତନତା ପାଇଁ ରାଇଜି ଡେ ମାର୍ଚ୍ଚ ୧୦ରୁ ସିଆଇଏସ୍ଏଫ୍ ପକ୍ଷରୁ ପଶ୍ଚିମବଙ୍ଗରୁ କନ୍ୟା କୁମାରୀ ସାଇକେଲ ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରା କେନ୍ଦ୍ରାପଡ଼ା ଜିଲ୍ଲା ଅତିକ୍ରମ କରିଛି । ଏଥିରେ ୫୦ ଜଣ ସିଆଇଏସ୍ଏଫ୍ ମହିଳା ଏବଂ ପୁରୁଷ ଜବାନ୍ ସାଇକେଲ ଚଲାଇ ଉପକୂଳ ସୁରକ୍ଷା ବାର୍ତ୍ତା ପ୍ରଦାନ କରିଛନ୍ତି । ରାଜକନିକାର ନେତାଜୀ ଛକରେ ଏହି ସାଇକେଲ ଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପରେ ପ୍ରସିଦ୍ଧ କନିକା ରାଜପ୍ରାସାଦ ଠାରେ ଏହି ସାଇକେଳ ଯାତ୍ରୀ ସଚେତନତା ସଭା କରିଥିଲେ । ଉପକୂଳ ସୁରକ୍ଷା କ୍ଷେତ୍ରରେ କନିକା ରାଜାଙ୍କ ଅବଦାନ ଅତୁଳନୀୟ । କନିକାର ରାଜାମାନେ ପୂର୍ବରୁ ଉପକୂଳ ସୁରକ୍ଷା ପାଇଁ ଦେଶୀୟ ଡ଼ଙ୍ଗା ସାହାର୍ଯ୍ୟରେ ସମୁଦ୍ର ଏବଂ ନଦୀ ମୁହାଁଣରେ ପଇଁତରା ମାରୁଥିଲେ । ଘଞ୍ଚ ଜଙ୍ଗଳ ସହିତ ସରୀଶୃପ ଏବଂ କୁମ୍ଭୀରଙ୍କ ବଂଶ ବୃଦ୍ଧି କରୁଥିଲେ । ଝାଉଁବଣ ସହିତ ଲୁଣା ଜଙ୍ଗଲ ମାଧ୍ୟମରେ ଉପକୂଳକୁ ଜଗି ରହୁଥିଲେ । ଏହି ସୁରକ୍ଷା ଅବଦାନ ବହୁତ ରହିଥିଲା । ଏହି କାରଣରୁ ସିଆଇଏସ୍ଏଫ୍ ଦଳ ପକ୍ଷରୁ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବଙ୍କୁ ସମ୍ମାନୀତ କରିଥିଲେ । କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ, କନିକା ତହସିଲଦାର ଅଶୋକ ଦେହୁରୀ, ରାଜକନିକା ଥାନାଧିକାରୀ ସଞ୍ଜୟ ମଲ୍ଲିକ, ତରକ୍ଷସ ସରପଞ୍ଚ ମନୋରମା ନାୟକ ଓ ସି ଆଇଏସଏଫ ଅଧିକାରୀ ଉପସ୍ଥିତ ଥିଲେ । ଏପ୍ରିଲ ୧ ପର୍ଯ୍ୟନ୍ତ ଏହି ସାଇକେଲ ଯାତ୍ରା କନ୍ୟାକୁମାରୀ ପର୍ଯ୍ୟନ୍ତ ସାଢେ ଛଅ ହଜାର କି.ମି ଯାତ୍ରା କରାଯିବ । ନେତାଜୀ କ୍ଲବ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଯୁବକ ସାମିଲ ହୋଇ ଏହି ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ ।