ସିଟିଆଇଏସ୍ରେ ଯୋଗଦେବେ ଆଲେକଜାଣ୍ଡାର

ବ୍ୟାସନଗର : କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ଲଣ୍ଡନର ସୁପ୍ରସିଦ୍ଧ ମ୍ୟାନସନ୍ ହାଉସ ଠାରେ ଅନୁଷ୍ଠିତ ହେବାକୁଥିବା କମନୱେଲଥ୍ ଟ୍ରେଡ୍ ଆଣ୍ଡ ଇନଭେଷ୍ଟମେଣ୍ଟ ସମ୍ମିଳନୀରେ ଯୋଗଦେବେ । ଏଥି ସହ ମାଞ୍ଚେଷ୍ଟର ସ୍ଥିତ ଲିଡସ୍ ବେକେଟ୍ ୟୁନିଭରସିଟୀ, ଟ୍ରିନିଟୀ ୟୁନିଭରସିଟୀ ଏବଂ ମାଞ୍ଚେଷ୍ଟର ୟୁନାଇଟେଡ୍ କ୍ଳବ୍ ପରିଭ୍ରମଣ କରିବେ । ସିଟିଆଇଏସ-୨୦୨୩ରେ ସରକାରୀ ଅଧିକାରୀ, ଉଦ୍ୟୋଗପତି ଆଦି ମାନଙ୍କୁ ନେଇ କର୍ମଶାଳାରେ ସଫଳତା ପରେ ଏଥର ସିଟିଆଇଏସରେ ଭାରତରୁ ବଛା ଯାଇଥିବା ଟିମ ମଧ୍ୟରେ ଆଲେକ୍ସ ଅନ୍ୟତମ । ଓଡିଶାରୁ ଏକମାତ୍ର ତଥା ଯାଜପୁରରୁ ପ୍ରଥମ ପ୍ରତିନିଧି ଭାବେ ଏହି ସମ୍ମିଳନୀରେ ଯୋଗଦେବା ସମଗ୍ର ଜିଲ୍ଲା ପାଇଁ ଗର୍ବର କଥା । କାର୍ଯ୍ୟକ୍ରମରେ ୟୁନାଇଟେଡ କିଙ୍ଗଡମ୍ର ବହୁ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ ମାନେ ଯୋଗଦେଇ ତାଙ୍କର ଅଭିଭାଷଣ ପ୍ରଦାନ କରିବେ । ସେ ୟୁନିଭରସିଟୀ ଅଫ୍ ଲଣ୍ଡନ ଯିବା ସହିତ ମାଂଚେଷ୍ଟର୍ ଯାଇ ମଧ୍ୟ ସେଠାରେ ଲିଡସ୍ ବେକେଟ୍ ୟୁନିଭରସିଟୀ, ଟ୍ରିନିଟୀ ୟୁନିଭରସିଟୀ ପରିଭ୍ରମଣ କରି ଶିକ୍ଷାବିତ୍ ମାନଙ୍କ ସହ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ବିଷୟରେ ଚର୍ଚ୍ଚା କରିବା ସହ କଳିଙ୍ଗ ଶିକ୍ଷାନୁଷ୍ଠାନ ସମୂହକୁ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ କରିବା ପାଇଁ ଲଣ୍ଡନର ବିଭିନ୍ନ ଗୁଣାତ୍ମକ ଶିକ୍ଷା ସଂସ୍ଥାନ ସହ ଅନୁବନ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ମାଂଚେଷ୍ଟର୍ ୟୁନାଇଟେଡ୍ କ୍ଲବ୍ ପରିଦର୍ଶନ କରି ଏହାର କର୍ମକର୍ତ୍ତାମାନଙ୍କ ସହ ତାଙ୍କ ଦ୍ୱାରା ଯାଜପୁର ରୋଡ ଠାରେ ପ୍ରସ୍ତୁତ ହେଉଥିବା କେଜିଆଇ ସ୍ପୋର୍ଟସ ଏକାଡେମୀ ମାଧ୍ୟମରେ କିପରି ଶିକ୍ଷା ସହିତ ସମକାଳୀନ ଭାବରେ ସ୍ପୋର୍ଟସ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶ ହେବ ସେଥି ନିମନ୍ତେ ଆଲୋଚନା କରିବେ । ଏହି ଭ୍ରମଣ ଆଗାମୀ ଦିନରେ ଶିକ୍ଷା ଓ କ୍ରୀଡାର ମାନ ବୃଦ୍ଧି କରିବା ସହ ଓଡ଼ିଶା ବୈଦେଶିକ ପୁଞ୍ଜି ନିବେଶ ନିମନ୍ତେ ରାସ୍ତା ଖୋଲିବ ବୋଲି ଇଂ ଦାସ ପ୍ରକାଶ କରିଛନ୍ତି ।