ସିସିଟିଭି ମରାମତି ଦାବି
ଭଦ୍ରକ : ଆଇନ ଶୃଙ୍ଖଳା ସହିତ ଚୋରି ଡକାୟତି ଓ ଗଣ୍ଡଗୋଳ ଇତ୍ୟାଦି ଭଦ୍ରକ ଜିଲ୍ଲାରେ ବଢୀବାରେ ଲାଗିଛି । ଭଦ୍ରକ ସହରର ଛାତି ଉପରେ ଲାଗିଥିଲା ୧୦୩ଟି ସିସିଟିଭି । ୨୦୨୩ରୁ ସିସିଟିଭି ଗୁଡିକ ଲଗାଯାଇଥିଲା । ଦୁର୍ଭାଗ୍ୟବସତଃ ଏହା ଅଚଳ ହୋଇଯାଇଛି । ସହରରେ ଉପୁଜୁଥିବା ଆଇନ୍?ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତାରେ ପଡି ଯାଇଛି ପୁଲିସ । ଅପରାଧିଙ୍କ ସଂପର୍କରେ ସୂଚନା ମିଳିବା କଷ୍ଟକର ହୋଇଯାଉଛି ।କାରଣ ସହରରେ ଲାଗିଥିବା ସିସିଟିଭି ସବୁ ଅଚଳ ହୋଇଯାଇଛି । ଏପଟେ ବେଆଇନ ଗୋ ଚାଲାଣ ରାତି ଦିନ ଭରପୁରୁ ମାତ୍ରାରେ ଚାଲିଛି । ଏ ନେଇ ସମାଜସେବୀ ନୃସିଂହ ବେହେରା ବାରମ୍ବାର ସୋସିଆଲ ମିଡ଼ିଆରେ ଅଭିଯୋଗ କରି ଜଣାଇଥିଲେ ଜିଲ୍ଲାପାଳଙ୍କୁ । ଜିଲ୍ଲା ପ୍ରଶାସନ ମୁନିସିପାଲିଟି ଏବଂ ପୁଲିସ ବିଭାଗକୁ ଅଚଳ ସିସିଟିଭି କାର୍ଯ୍ୟକ୍ଷମ ପାଇଁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ୍ୟ ଏହା ଟ୍ୱିଟରରେ ହିଁ ସୀମିତ ରହିଯାଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ତୁରନ୍ତ ସିସିଟିଭି ମରାମତି କରିବା ପାଇଁ ସମସ୍ତ ସମାଜସେବୀ ସଂଗଠନ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଛନ୍ତି ।