ସୁରକ୍ଷିତ ଗାଁ ପାଇଁଁ ପ୍ରଶିକ୍ଷଣ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଆଜି ସୁରକ୍ଷିତ ଗାଁ ପାଇଁଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ଦେବଦତ୍ତ ଦାଶ ଉପସ୍ଥିତ ରହି ସାମାଜିକ ସ୍ତରରେ ଗୋଟିଏ ଗ୍ରାମ କେଉଁ ଭଳି ସରକାରଙ୍କ ଯୋଜନାରେ ସାମିଲ ହୋଇ ସୁରକ୍ଷିତ ଗାଁ ଭାବେ ପ୍ରତିଷ୍ଠା ଲାଭ କରିବ ସେନେଇ ସୂଚନା ଦେଇଥିଲେ । ଏଥିରେ ରାଜ୍ୟ ଶିକ୍ଷା ଶିକ୍ଷଣ ପ୍ରତିଷ୍ଠାନରୁ ପ୍ରଶିକ୍ଷକ ମାନେ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହାଛଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଅଧିକାରୀ ସୂଜୟ ଚାନ୍ଦ, ନିବେଦିତା ଜେନା, ସାନ୍ତ୍ୱନା ଦାସ, ସୁଚିସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଯୋଜନା ବାବଦରେ ପ୍ରଶିକ୍ଷଣ ଦେଇଥିଲେ । ଶିବିରରେ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଅଙ୍ଗନବାଡି କର୍ମୀ, ଆଶା ଦିଦି ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ସାହୁ ପରିଚାଳନା କରିଥିଲେ ।