ସୁରେଇଡିହିରେ ଝୁମର ଆଖଳା ଅନୁଷ୍ଠିତ
ବେତନଟି : ବେତନଟୀ ଥାନା ଅନ୍ତର୍ଗତ ସୁରେଇଡିହି ଠାରେ ଆମ ଗାଁ ଆମ ସଂସ୍କୃତି ଗାଁ ଝୁମର ଆଖଳା ମୟୁରଭଞ୍ଜ ତରଫରୁ ଝୁମର ଆଖଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଆୟୋଜକ ସୁକାନ୍ତ ମହାନ୍ତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଗାଁ ଝୁମର ଆଖଳା ମୟୂରଭଞ୍ଜର ସଭାପତି ରଜନୀକାନ୍ତ ମହାନ୍ତ, ସମ୍ମାନିତ ଅତିଥି ଭାବରେ ସୁବାସଚନ୍ଦ୍ର ମହାନ୍ତ, ନରେନ୍ଦ୍ରନାଥ ମହାନ୍ତ ଓ ଶରତଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କୁଡୁମି ମହାନ୍ତ ମାନଙ୍କର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ ଏହି ସଙ୍ଗଠନ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ । ଏହାପରେ ଝୁମର ଆଖଳା ଅନୁଷ୍ଠିତ ହୋଇଥିଲା । ଗ୍ରାମର ଉଭୟ ମହିଳା ଓ ପୁରୁଷ ଯୋଗଦାନ କରି ଝୁମର ସଙ୍ଗୀତ, ବାଦ୍ୟ ଓ ନୃତ୍ୟ ପରିବେଷଣ କରିଥିଲେ । ଗାୟକ ପରେଶ ଚନ୍ଦ୍ର ମହାନ୍ତ, ଶରତଚନ୍ଦ୍ର ମହାନ୍ତ ଓ ଗାୟିକା ସୁଲୋଚନା ମହାନ୍ତ ଝୁମର ସଙ୍ଗୀତ ପରିବେଷଣ କରିଥିଲେ । ବାଦ୍ୟକାର ସୁକାନ୍ତ ମହାନ୍ତ, ବୈକୁଣ୍ଠ ମହାନ୍ତ, ସଦାନନ୍ଦ ମହାନ୍ତ, ନବକିଶୋର ମହାନ୍ତ ଓ ପଞ୍ଚାନନ ମହାନ୍ତ ପାରମ୍ପାରିକ ବାଦ୍ୟ ଯନ୍ତ୍ର ମାଦଳ ପରିବେଷଣ କରିଥିଲେ । ନୃତ୍ୟଶିଳ୍ପୀ ମାଳତୀ ମହାନ୍ତ, ମନ୍ଦାକିନୀ ମହାନ୍ତ, ଜୟଶ୍ରୀ ମହାନ୍ତ, ରଶ୍ମି ମହାନ୍ତ, ଝୁନପୁକି ମହାନ୍ତ, ପୁଷ୍ପଲତା ମହାନ୍ତ, ଅନିତା ମହାନ୍ତ, ଶିବାନୀ ମହାନ୍ତ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ ।