ସୁସ୍ଥ ଶିଶୁ ସମାରୋହ
ତିର୍ତ୍ତୋଲ: ତରଜଙ୍ଗା ପଞ୍ଚାୟତ ବଫାପୁର ଅଙ୍ଗନୱାଡି କେନ୍ଦ୍ରରେ ଶିଶୁ ଦିବସ ଉପଲକ୍ଷେ ଅଙ୍ଗନବାଡି ଜ୍ଞାନକେନ୍ଦ୍ରସ୍ତରୀୟ ସ୍ୱସ୍ଥ ଶିଶୁ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନୱାଡି କର୍ମୀ କବିତା ସେଠୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ମହିଳା ପରିଦର୍ଶିକା ସ୍ମୃତିସୁଧା ବିଟ, ଜିଲାସ୍ତରୀୟ ପୋଷଣ ସଂଯୋଜକ ଅନୁରାଗ ଜେନା, ୱାର୍ଡ ସଭ୍ୟ ଭଗବାନ ସାହୁ, ୱାର୍ଡ ସଭ୍ୟା ସସ୍ମିତା ସାହୁ, ଯାଞ୍ଚ କମିଟି ସଭ୍ୟା ମନୋରାମା ସାହୁ ପ୍ରମୁଖ ଯୋଗଦେଇ ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସୁସ୍ଥ ଶିଶୁ ଭାବେ ଚୟନ ହୋଇଥିବା ୩ମାସରୁ ୩ବର୍ଷ ମଧ୍ୟରେ ୩ଜଣ ଶିଶୁ ଓ ୩ବର୍ଷରୁ ୬ବର୍ଷ ମଧ୍ୟରେ ୩ଜଣ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା ।