ଗୁପ୍ତ ଟେଣ୍ଡରକୁ ପ୍ରୋତ୍ସାହନ କରୁଛି ପୂର୍ତ୍ତ  ବିଭାଗ : କୋଟି କୋଟି ଆତ୍ମସାତ ମସୁଧା

 ବିଞ୍ଝାରପୁର : ପୂର୍ତ୍ତ ବିଭାଗ ଉପଖଣ୍ଡରେ ପାଖାପାଖି ୪କୋଟିରୁ ଉର୍ଦ୍ଧ ଟଙ୍କାରେ ଶହେରୁ ଅଧିକ ଗୁପ୍ତ ଟେଣ୍ଡର କରାଯାଇଛି । ଗୁପ୍ତ ଟେଣ୍ଡର ଗୁଡିକ ମଙ୍ଗଳପୁର ପୁର୍ତ୍ତ ବିଭାଗ ସେକ୍ସନ ମାଧ୍ୟମରେ ବିନା ଟେଣ୍ଡରରେ କାର୍ଯ୍ୟ ଗୁଡିକ ପ୍ରଦାନ କରାଯାଇଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି । ଉଭୟ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଂଟଯୋଗୁ ଏଭଳି କାର୍ଯ୍ୟ ହୋଇଥିବାର ଅଭିଯୋଗ ହୁଏ । କୋଟିକୋଟି ଟଙ୍କାର ଟେଣ୍ଡର କାର୍ଯ୍ୟ ନନ୍ ପ୍ଲାନ୍ ଯୋଜନାରେ ସାମିଲ୍ କରାଯାଇ କାଗଜରେ ଲେଖି ଦଳୀୟ ହେଉ ଅବା ହାତଗୁଞ୍ଜା ନେଇ ବିନା ଟେଣ୍ଡରରେ ଚିଠା ପ୍ରଦାନ କରାଯାଇଛି । କାର୍ଯ୍ୟ ଗୁଡ଼ିକ କେବଳ ଦେଖାଣିଆ କରି ଲୁଟିବା ମନବୁର୍ତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଠିକାଦାର ଓ ବିଭାଗୀୟ ଅଧିକାରୀ । ଯାହାକି କାର୍ଯ୍ୟ ଗୁଡ଼ିକର ସ୍ଥାୟୀତ୍ୱ ମାସେ ଯାଉନଥିବା ଦେଖିବାକୁ ମିଳୁଛି । ମଙ୍ଗଳପୁର ପୂର୍ତ ବିଭାଗ ସେକ୍ସନରେ ଥିବା ଥାଲକୁଡି ଡାକବଙ୍ଗଳା ମରାମତି, ଏହାର ସମୁଖରେ ଖାଲ ପୋତିବା ସହ ୱାଲ୍ ନିର୍ମାଣ, ଷ୍ଟାପ କ୍ୱାଟର ମରାମତି କରି ରଙ୍ଗ ଦେବା, ଛତ୍ରପଡ଼ା-ପ୍ରିତିପୁର୍ ରାସ୍ତା, ପାରିପଦା ରାସ୍ତା ମରାମତି, ରାସ୍ତାର ଉଭୟ ପାର୍ଶ୍ୱରେ ଘାସ ସଫା କରିବା, ବିରିପଟା-ଛାତ୍ରପଡା ରାସ୍ତାର ୱାଲ୍ କାର୍ଯ୍ୟ, ଭଳି ଅନେକ ଗୁଡ଼ିଏ ଗୁପ୍ତ ଟେଣ୍ଡର କରି ନିମ୍ନ ମାନର କାର୍ଯ୍ୟ କରି ସଂପୃକ୍ତ ଅସାଧୁ ଠିକାଦାର ଓ ବିଭାଗୀୟ ଅଧିକାରୀ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିନେବାକୁ ବସିଥିବା ସଧାରଣରେ ଅଭିଯୋଗ ହେଉଛି । ଗୁପ୍ତ ଟେଣ୍ଡରରେ ନିମ୍ନମାନର କାର୍ଯ୍ୟ କରି ସରକାରୀ ଅର୍ଥ ଆତ୍ମସାତ ଭଳି କାର୍ଯ୍ୟରେ ଲିପ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର କନିଷ୍ଠଯନ୍ତ୍ରୀ ଏଭଳି ଘଟଣା ତଦନ୍ତ କରିବା ପାଇଁ ସଧାରଣରେ ଦାବି ହେଉଛି । ତେବେ ଏସମ୍ପର୍କରେ ମଙ୍ଗଳପୁର ସେକ୍ସନର କନିଷ୍ଠଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ମିଟିଂ ଆଳ ଦେଖାଇ କଥାକୁ ଏଡାଇ ଦେଇଥିଲେ ।