‘ସୂର୍ଯ୍ୟପ୍ରଭା’ ଲେଖିଥିଲା....ରିଲାଏନ୍ସ ସ୍ମାର୍ଟକୁ ଏଡିଏମ୍ଙ୍ ନୋଟିସ୍

 ବ୍ୟାସନଗର : ‘ରିଲାଏନ୍ସ ସ୍ମାର୍ଟ ଦଖଲରେ ଚୋରଦା ରାସ୍ତା, ବେଆଇନ ପାର୍କିଂରେ ଅଧେରାସ୍ତା ଅବରୋଧ’ ଶୀର୍ଷକ ଖବର ମାର୍ଚ ୧୪ ତାରିଖରେ ସୂର୍ଯ୍ୟପ୍ରଭାରେ ପ୍ରକାଶ ପାଇଥିଲା । ଖବରକୁ ଗୁରୁତର ସହ ନେଇଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ । ଏଡ଼ିଏମ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ ୧୬୬୪/୧୦ା୪ା୨୪ରେ ରିଲାଏନ୍ସ ସ୍ମାର୍ଟକୁ ହୋଇଛି ନୋଟିସ । ନୋଟିସରେ କୁହାଯାଇଛି ସଂପୃକ୍ତ ବିଲ୍ଡିଂ କେଉଁ ପ୍ରକାର ଅନୁମତି ରହିଛି, ଏବଂ ବିଲ୍ଡିଂ ପ୍ଲାନ କ’ଣ ଅଛି, ସମସ୍ତ ପ୍ରକାର କାଗଜପତ୍ର ଧରି ଆସନ୍ତା ୧୬ ତାରିଖ କାର୍ଯ୍ୟାଳୟରେ ପହଁଚିବାକୁ କୁହାଯାଇଛି । ଯଦି ନୋଟିସକୁ ଅଣଦେଖା କରାଯାଏ, ତେବେ ବିହିତ ପଦକ୍ଷେପ ନିଆଯିବ । ପ୍ରଦତନୋଟିସ ରିଲାଏନ୍ସ ସ୍ମାର୍ଟକୁ ଅଡ଼ୁଆରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସହର ଭିତର ଏହି ବୃହତ ସଂସ୍ଥାକୁ ଦୈନିକ ହଜାର ହଜାର ଗ୍ରାହକ ଆସୁଥିଲେ ହେଁ ପାର୍କିଂର କୈାଣସି ସୁ ବ୍ୟବସ୍ଥା ଉପଲବ୍ଧ ନାହିଁ । ବିନା ପାର୍କିଂରେ ରିଲାଏନ୍ସ ସ୍ମାର୍ଟକୁ ପ୍ରତିଷ୍ଠାନ କରିବାକୁ ଅନୁମତି ମିଳିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବ୍ୟାସନଗର ପୈାର କର୍ତୁପକ୍ଷ ଏବଂ କଳିଙ୍ଗନଗର ଉନ୍ନୟନ କର୍ତୁପକ୍ଷଙ୍କ ଭୁମିକା ମଧ୍ୟ ସନେ୍ଦହ ଘେରରେ । ରିଲାଏନ୍ସ ସ୍ମାର୍ଟକୁ ଆସୁଥିବା ଗ୍ରାହକଙ୍କ ଗାଡ଼ି ଅଧେରାସ୍ତାକୁ ଅବରୋଧ କରି ରଖୁଥିବାରୁ ପ୍ରତ୍ୟେକ ଦିନ ଟ୍ରାଫିକ ଯାମ ହୋଇଥାଏ । ବେଆଇନ ପାର୍କିଂ ପାଇଁ ବାଇପାସ-ଚୋରଦା ରାସ୍ତା ଅଧେ ଅବରୋଧ କରି ରଖିଛି ରିଲାଏନ୍ସ ସ୍ମାର୍ଟ । କଳିଙ୍ଗନଗର ଶିଳ୍ପାଂଚଳକୁ ପଡ଼ିଥିବା ଏହି ରାସ୍ତା ଦେଇ ପ୍ରତିଦିନ କାରଖାନାକୁ ଶହଶହ ସଂଖ୍ୟାର ଗାଡ଼ି ଯିବା ଆସିବା କରୁଛି । ଏହା ସହ ଯାତ୍ରୀବାହୀ ଗାଡ଼ି, ବାଇକ ଓ ଅନ୍ୟାନ୍ୟ ଗାଡ଼ି ଯିବା ଆସିବା କରିଥାଏ । ମାସିକ କୋଟି କୋଟି ଟଙ୍କାର କାରବାର କରୁଥିବା ରିଲାଏନ୍ସ ସ୍ମାର୍ଟ ଖୋଲିବା ସମୟରୁ ତାଲା ପଡ଼ିବା ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଲାଗିରହିଥାଏ । କାର ହେଉ କି ବାଇକକୁ ରାସ୍ତା ଉପରେ ପାର୍କିଂ କରିଥାନ୍ତି । ଯାହା ଜଟିଳ ସ୍ଥିତି ସୃଷ୍ଟି କରିଥାଏ । ପୂର୍ବରୁ ରିଲାଏନ୍ସ ସ୍ମାର୍ଟ ରଶି ଲଗାଇ ୧୨ଫୁଟର ରାସ୍ତାକୁ ଅବରୋଧ କରି ରଖିଆସୁଥିବା ବେଳେ ଏବେ ସଂପୃକ୍ତ ରାସ୍ତା ଚଉଡ଼ା ହୋଇଯିବା ପରେ କେବଳ ନୋ ପାର୍କିଂଯୋନ ବୋର୍ଡ଼ଟିଏ ଲଗାଇ ଦେଇ ଅଧେ ରାସ୍ତାକୁ ଅବରୋଧ କରି ପାର୍କିଂ କରିବାକୁ ସୁଯୋଗ ଦେଇଛି । ସୂଚନା ଥାଉକି ୨୦୨୦ମସିହାରେ ରିଲାଏନ୍ସ ସ୍ମାର୍ଟକୁ ତତକାଳୀନ ଜିଲାପାଳ ତାଗିଦ କରିବା ସହ କେଏନଡିଏ କର୍ତ୍ତୁପକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଦଶ ଦେଇଥିଲେ ।