ସେଣ୍ଟ ଜାଭିୟର୍ସ ବିଦ୍ୟାଳୟରେ ବିଜ୍ଞାନମେଳା
ବେତନଟୀ: ବେତନଟୀ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବାବେଳେ ସାମ୍ବାଦିକ ଧରଣୀଧର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜାଭିୟର୍ସ ସ୍କୁଲର ସଂପାଦକ ଅମିତାଭ ପଟ୍ଟନାୟକ ଓ ଅଧ୍ୟକ୍ଷ ଜନମନ ବେହେରା ପ୍ରମୁଖଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବହୁ ଆକର୍ଷଣୀୟ ତଥା ନୂତନ ଭାବଧାରାର ସୃଜନାତ୍ମକ ବିଜ୍ଞାନ ପ୍ରକଳ୍ପ ଗୁଡିକ ପ୍ରଦର୍ଶିତ ହୋଇଥିଲା । ଏହି ପ୍ରକଳ୍ପ ଗୁଡିକ ବେତନଟୀ ମହାବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଅଧ୍ୟାପକ ଡକ୍ଟର ବନବିହାରୀ ମହାନ୍ତି, ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜୁନ ଚନ୍ଦ୍ର ସିଂ (ଓଇଏସ) ଏବଂ ଅନ୍ୟତମ ବିଜ୍ଞାନ ଅଧ୍ୟାପିକା ବେତନଟୀ ମହାବିଦ୍ୟାଳୟର ମଧୁମିତା ବେହେରା ପ୍ରମୁଖ ବିଚାରକମାନେ ପ୍ରକଳ୍ପ ଗୁଡିକ ମୂଲ୍ୟାୟନ କରିଥିଲେ । ଏହାପରେ ଶ୍ରେଷ୍ଠ ସୃଜନାତ୍ମକ ଶ୍ରେଷ୍ଠ ପ୍ରକଳ୍ପ ଗୁଡିକ ଉପସ୍ଥାପନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶଶାଙ୍କ ଶେଖର ପଣ୍ଡା, ରିତୁ ଶର୍ମା, ଧରଣୀଧର ମହାନ୍ତ, ସସ୍ମିତା ଲେଙ୍କା, ନିଶିପଦ୍ମା ପରିଡା, ନିଳାଦ୍ରୀ ପଣ୍ଡା, ସୁଶ୍ରୀ ଦାଶ, ଇପସିତା ବେହେରା, ସ୍ୱାତୀ ଜେନା, ରାଜେଶ ସାହୁ, ରାକେଶ ବିଶ୍ୱାଳ, ଭାଗ୍ୟଶ୍ରୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଜନମନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।