ସେବା ଓ ତ୍ୟାଗର ଅମଳିନ ଶିଖା


ଲଳିତ ଲେଙ୍କା : ବକୁଳ ବନର ଛୁରୀଅନା କୁଞ୍ଜତଳେ ତକ୍ରାଳୀନ ଓଡ଼ିଶାର ବିଶିଷ୍ଟ ସାଧକ, ଦାର୍ଶନିକ ଓ ଶିକ୍ଷକମାନଙ୍କୁ ନିଜ ବ୍ୟକ୍ତିତ୍ୱ ଦ୍ୱାରା ଏକତ୍ରିତ କରି ଏକ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରି ଓଡ଼ିଶାବାସୀଙ୍କ ହୃଦୟରେ ଯିଏ ଜାତୀୟତାର ନବତରଙ୍ଗ ଖେଳାଇବାରେ ସକ୍ଷମ ହୋଇଥିଲେ  ସେ ହେଉଛନ୍ତି ଆମର ପ୍ରିୟ ଉକ୍ରଳର ଉକ୍ରଳମଣି ଗୋପବନ୍ଧୁ ଦାସ  । ଉକ୍ରଳର ସାମୂହିକ କଲ୍ୟାଣ ପାଇଁ ନିଜ ଜୀବନକୁ ସେ ଉତ୍ସର୍ଗ କରି ଦେଇଥିଲେ  । ନେତା ହେବା କି କବି ହେବା ତାଙ୍କର ଲକ୍ଷ୍ୟ ନଥିଲା  । ମାନବସେବା ଥିଲା ତାଙ୍କ ଜୀବନର ପରମବ୍ରତ  । କେବଳ ଜାତୀୟତାବାଦର ପ୍ରଚାର କରିବା ତାଙ୍କ ଉଦେ୍ଦଶ୍ୟ ନଥିଲା; ଦାର୍ଶନିକ ଓ ଦାର୍ଢ଼ିକ ସଂସ୍କାର ସହିତ ଉକ୍ରଳୀୟ ଜନଜୀବନକୁ ଭାରତୀୟ ସଂସ୍କୃତିର ଆଧାରରେ ଚେତନଶୀଳ ତଥା ପ୍ରଗତିଶୀଳ କରିବା ପାଇଁ ତାଙ୍କର ସାଧନା ଜାରି ରଖିଥିଲେ  । ଓଡ଼ିଶାର ସମାଜ ନିର୍ମାଣର ଚେତନା, ମୈତ୍ରୀ-ଭାବନା ତଥା ସଂସ୍କୃତିବନ୍ତ-ଜୀବନ ଯାପନ ପ୍ରଣାଳୀର ପ୍ରତିଷ୍ଠା କରିବା ସତ୍ୟବାଦୀ ସାଧକମାନଙ୍କର ମୁଖ୍ୟ ଉଦେ୍ଦଶ୍ୟ ଥିଲା  ।
ଦେଶ ସେବାରେ ବ୍ରତୀ ହୋଇ ଗୋପବନ୍ଧୁ ସହକର୍ମୀ ଭାବେ ଦାର୍ଶନିକ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ଐତିହାସିକ କୃପାସିନ୍ଧୁ, ଆଚାର୍ଯ୍ୟ ହରିହର, ଲିଙ୍ଗରାଜ ମିଶ୍ର ଓ ଅନନ୍ତ ମିଶ୍ରଙ୍କୁ ଦେଶସେବାର ମହାମନ୍ତ୍ରରେ ଦୀକ୍ଷିତ କରାଇଥିଲେ  । ସେମାନଙ୍କ ପ୍ରଚେଷ୍ଟାରେ ୧୯୦୯ ମସିହାରେ ସତ୍ୟବାଦୀର ବକୁଳ ବନର ଛୁରୀଅନା କୁଂଜତଳେ ବନବିଦ୍ୟାଳୟ ସ୍ଥାପନ କରି ଉକ୍ରଳର ଭବିଷ୍ୟତ ବଂଶଧରମାନଙ୍କୁ ଦେଶପ୍ରେମୀ ଭାବେ ଗଢି ତୋଳିବାକୁ ଚାହିଁଥିଲେ  । ସତ୍ୟବାଦୀ ବନବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଥିଲେ ପାଶ୍ଚାତ୍ୟ ଶିକ୍ଷା ଦୀକ୍ଷାରେ ପ୍ରବୀଣ  । ଏମାନେ ବଡ ବଡ ଚାକିରିର ପ୍ରଲୋଭନରୁ ଦୂରେଇ ଦେଶସେବାରେ ନିଜକୁ ନିୟୋଜିତ କରିଥିଲେ  । ସାହିତ୍ୟ ସାଧନା ସହିତ ଦେଶସେବା ଥିଲା ଏହି ସାଧକମାନଙ୍କର ମୁଖ୍ୟ କର୍ମ  । ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟବାଦୀର ସାଧକଗଣ ଦେଶସେବାରେ ନିଜ ନିଜର ଜୀବନକୁ ଉତ୍ସର୍ଗ କରି ଦେଇଥିଲେ  । ଏମାନଙ୍କ ସାହିତ୍ୟରେ ଉକ୍ରଳର ଗୋ÷ରବମୟ ଇତିହାସ ଓ ଗାରିମାମୟ ସଂସ୍କୃତିର ଚିତ୍ର ଫୁଟି ଉଠିଥିଲା  ।
ପଣ୍ଡିତ ଗୋପବନ୍ଧୁ ୧୮୭୭ ମସିହା  ଅକ୍ଟୋବର ମାସ ନଅ ତାରିଖରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ  । ଗ୍ରାମ୍ୟ ଚାଟଶାଳୀରେ ପାଠ ପଢିବା ପରେ ସେ ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ କଲେ  । ଏହିଠାରେ ଗୋପବନ୍ଧୁଙ୍କ ସେବା ମନୋଭାବରେ ବିକାଶ ଘଟିଥିଲା  । ଦେଶପ୍ରେମୀ ମୁକ୍ତାର ରାମଚନ୍ଦ୍ରଙ୍କ ସାହଚର୍ଯ୍ୟରେ ଆସି ତାଙ୍କର ସେବା, ତ୍ୟାଗ ଓ ସର୍ମପଣ ଗୁଣାବଳୀର ପରିସ୍ପୁଟନ ଘଟିଥିଲା  । ପରେ ରେଭେନ୍ସା କଲେଜ ଓ କଲିକତାରୁ ଓକିଲାତି ପାଠ ପଢିସାରି ୧୯୦୮ ମସିହାରେ ସେ ପୁରୀରେ ସ୍ୱାଧୀନ ଭାବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ  । ଦୀନ, ଦୁଃଖୀ ଦରିଦ୍ରଙ୍କ ସେବା ଯାହାର ବ୍ରତ, ସେ କ’ଣ କୋ÷ଣସି ବନ୍ଧନରେ ବାନ୍ଧି ହୋଇ ପାରିଥାଆନ୍ତା? ସେ କିଛି ଯୁବକଙ୍କୁ ଧରି ବନ୍ୟା ମରୁଡି ପ୍ରପୀଡିତ ଦୁଃସ୍ଥ ଲୋକମାନଙ୍କର ସେବା କରିବାରେ ଲାଗିପଡିଲେ  ।
ଛାତ୍ରାବସ୍ଥାରୁ ଗୋପବନ୍ଧୁ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ  । ଉପାନ୍ତ ଅଞ୍ଚଳରେ ଥିବା ଓଡ଼ିଆ ଓ କଲିକତାରେ ଥିବା ଓଡ଼ିଆମାନଙ୍କର ଦୁଃଖ ଦୁର୍ଦ୍ଧଶା ବୁଝିବା ପାଇଁ ସେ ବାରମ୍ବାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିଲେ  । ୧୯୧୯ ମସିହାରେ କଂଗ୍ରେସର ନାଗପୁର ଅଧିବେଶନରେ ଯୋଗଦେଇ ଓଡ଼ିଶାରେ ଜାତୀୟ କଂଗ୍ରେସ ବାର୍ତ୍ତା ପ୍ରଚାର ପାଇଁ ଲାଗି ପଡିଥିଲେ  । ଲାହୋର ଠାରେ ଜାତୀୟ କଂଗ୍ରେସ ବୈଠକରେ ଯୋଗଦେବା ପରେ ଭଗ୍ନ ସ୍ୱାସ୍ଥ୍ୟ ହେତୁ ସେ ରୋଗରେ ପଡିଲେ ଓ ୧୯୨୮ ମସିହା ପବିତ୍ର ନେତ୍ରୋତ୍ସବ ତିଥିରେ ପ୍ରାଣତ୍ୟାଗ କଲେ  । ଗୋପବନ୍ଧୁ ଥିଲେ ଦୀନ ଦରିଦ୍ରର ଦରଦୀବନ୍ଧୁ  । ଶୟନେ, ସ୍ୱପନେ ଓ ଜାଗରଣରେ ସେ ଓଡ଼ିଆ ଓ ଓଡ଼ିଶାର ଉନ୍ନତି ଚିନ୍ତା କରୁଥିଲେ  । ତାଙ୍କ ଚିନ୍ତାଧାରାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ‘ସମାଜ’ ସମ୍ବାଦପତ୍ରର ପ୍ରତିଷ୍ଠା କରିଥିଲେ  । ଆଜି ସୈନିକ ‘ସମାଜ’ ଭାବେ ସମଗ୍ର ଉକ୍ରଳର ଏକ ପ୍ରମୁଖ ଖବରକାଗଜ ଭାବେ ପ୍ରତିଷ୍ଠା ଲାଭ କରିଅଛି  ।
ଗୋପବନ୍ଧୁ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ ଯାହାଙ୍କ ଅନ୍ତର ସର୍ବଦା ଓଡ଼ିଶା ପାଇଁ କାନ୍ଦୁଥିଲା  । ସେ ଥିଲେ ଜଣେ କବି, ପ୍ରାବନ୍ଧିକ, ବ୍ୟବସ୍ଥାପକ ଓ ସର୍ବୋପରି ଜଣେ ଦରଦୀ  ଦେଶ ସେବକ  । ତାଙ୍କ ତ୍ୟାଗ ଓ ସେବା ମନୋଭାବର ପଟାନ୍ତର ନାହିଁ  । ତାଙ୍କ ରଚିତ ଅବକାଶ ଚିନ୍ତା, କାରା କବିତା, ବନ୍ଦୀର ଆତ୍ମକଥା, ଧର୍ମପଦ, ନଚିକେତା ଉପାଖ୍ୟାନ, ଗୋ-ମାହାତ୍ମ୍ୟ, ବ୍ରହ୍ମତତ୍ତ୍ୱ ଆଦି ଓଡ଼ିଆ ସାରସ୍ୱତ ଭଣ୍ଡାରର ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ  । ମୁଖ୍ୟକଥା ହେଉଛି ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱ ଓ ରଚନାବଳୀ ଏକ ଓ ଅଭିନ୍ନ  । ଏଥିରେ କିଛି ପାର୍ଥକ୍ୟ ପରିଲକ୍ଷିତ ହୋଇନଥାଏ  ।
ତାଙ୍କ ରଚନା ବଳୀରେ ମାନବତାବୋଧ, ଜାତୀୟତା, କର୍ମବାଦ, ବିଭୂବୋଧ, ଶ୍ରୀଜଗନ୍ନାଥ ଚେତନା, ପ୍ରେମବୋଧ, ସଂସ୍କୃତି ପ୍ରୀତିର ସ୍ପଷ୍ଟଚିତ୍ର ଦେଖିବାକୁ ମିିଳିଥାଏ  । ପରୋପକାରଙ୍କୁ ସେ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ  । 
ତାଙ୍କ ଭାଷାରେ- 
“କାପୁରୁଷ ପରି ମରିବା ଜଗତେ
ନୁହେଁ ନର ପଉରୁଷ,
ପରହିତ ସାଧି ମରେ ଯେ ମହୀରେ
ସେହି ଏକା ସୁପୁରୁଷ  ।”
ମଣିଷ ଭାବରେ ମଣିଷକୁ ଭଲ ପାଇବା ହେଉଛି ମାନବତାବୋଧର ଦରିଦ୍ର, ଦୁଃସ୍ଥ, ନିଃସହାୟ ଲୋକମାନଙ୍କର ସେବା କରିବା ଓ ସେମାନଙ୍କ ସୁଖଦୁଃଖରେ ଭାଗୀ ହେବା ଥିଲା ତାଙ୍କର ଅନ୍ୟ ଏକ ଶ୍ରେଷ୍ଠ ଗୁଣ  । ସମତା ଓ ଭ୍ରାତୃଭାବ ମଣିଷ ଜୀବନର ମୂଳମନ୍ତ୍ର ହେବା ଉଚିତ ବୋଲି ସେ ମର୍ମେ ମର୍ମେ ଅନୁଭବ କରିଥିଲେ  । ସେଥିପାଇଁ ସେ କହିଥିଲେ-
“ନିଜ ସୁଖ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ୱହିତେ ତାର ପ୍ରତି ରକ୍ତ ବିନ୍ଦୁ  ।”
ଗୋପବନ୍ଧୁଙ୍କ ଜାତୀୟତାର ଭାବ ଥିଲା ଅନ୍ତର୍ମୁଖୀ  । ଜାତୀୟ ଚରିତ୍ରର ଉନ୍ନତି ନହେଲେ ଜାତୀୟ ଜୀବନର ଗଠିତ ହୋଇପାରିବ ନାହିଁ  । ବନ୍ଦୀର ଆତ୍ମକଥା କବିତାରେ ସେ ଲେଖିଛନ୍ତି-
“ଜାତୀୟମମତା ବିଶ୍ୱଜନ ପ୍ରୀତି
ଉକ୍ରଳବାସୀର ହେଉ ଏହା ନୀତି
ନିରବେ ନିଶ୍ଚଳେ ବସି ବନ୍ଦୀଘରେ
ମାଗେ ଏହି ଭିକ୍ଷା ପ୍ରଭୁ ଶ୍ରୀପୟରେ  ।”
ଗୋପବନ୍ଧୁ ଥିଲେ ଗଭୀର ଈଶ୍ୱରବିଶ୍ୱାସୀ  । ଶ୍ରୀ ଜଗନ୍ନାଥଙ୍କ ପ୍ରତି ତାଙ୍କର ଥିଲା ଅଟଳ ଭକ୍ତି  । ଉକ୍ରଳର ନେତା ଭାବେ ସେ ଶ୍ରୀଜଗନ୍ନାଥଙ୍କୁ ପରିକଳ୍ପନା କରିଛନ୍ତି  । ସେ କହିଛନ୍ତି- “ଉକ୍ରଳର ନେତା ନିଜେ ନାରାୟଣ”  । ସେ ଦୁଃଖ ପ୍ରକାଶ କରି କହିଛନ୍ତି ଯେଉଁ ଦେଶର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ, ଯେକି ଭକ୍ତରମାନ ରକ୍ଷା ପାଇଁ ସୈନିକ ବେଶରେ କଳା ଓ ଧଳା ଘୋଡ଼ା ଚଢି କାଞ୍ଚô ଯୁଦ୍ଧରେ ଅବତୀର୍ଣ୍ଣ ହେବା ବିଷୟରେ କିମ୍ବଦନ୍ତୀ ରହିଛି; ତାହାକୁ ଓଡ଼ିଆ ଜାତି ଭୁଲିଯିବା ଉଚିତ ନୁହେଁ  । ସେ ଓଡ଼ିଶାର ତଥା ଓଡ଼ିଆମାନଙ୍କର ଦୁର୍ଦ୍ଦଶାକୁ ଲକ୍ଷ୍ୟ କରି କହିଛନ୍ତି-
“ଏବେ ନୀଳାଚଳେ ବିଜେ ଜଗନ୍ନାଥ
ତେବେ କିମ୍ପା କହ ଉକ୍ରଳ ଅନାଥ ?”
ଗୋପବନ୍ଧୁଙ୍କ ରଚନାବଳୀରେ ତକ୍ରାଳୀନ ଓଡ଼ିଶାର ଗୌରବାବହ ଐତିହ୍ୟର ବର୍ଣ୍ଣନା ସହିତ ଜାତୀୟ ଜୀବନ ଗଠନର ପ୍ରେରଣା ରହିଅଛି  । ଆଜି ତାଙ୍କର ପବିତ୍ର ଶାଦେ୍ଧାତ୍ସବରେ ଏ ଓଡ଼ିଆ ଜାତି ତାଙ୍କୁ ଶତକୋଟି ପ୍ରଣାମ ଜଣାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି  ।
                                                            ଭୁବନେଶ୍ୱର