ସେଲିବି୍ରଟି କି୍ରକେଟ୍ ଲିଗ୍ : ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ  

 କଟକ : ରବିବାର ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ସେଲିବ୍ରିଟି କି୍ରକେଟ୍ ଲିଗ୍ (ସିସିଏଲ) ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ବାରବାଟୀରେ ଭାରତ-ଇଂଲଣ୍ଡ ଏକ ଦିବସୀୟ ମୁକାବିଲା ପରେ ସେଲିବି୍ରଟି କି୍ରକେଟ ଲିଗ ଅନୁଷ୍ଠିତ ହୋଇଛି । ପ୍ରଥମ ମ୍ୟାଚ୍ରେ ପଞ୍ଜାବକେଶରୀ ଓ ଭୋଜପୁରୀ ଦବଙ୍ଗ ଦଳ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ସନ୍ଧ୍ୟାର ଦ୍ୱିତୀୟ ମୁକାବିଲାରେ ମୁମ୍ବାଇ ହିରୋଜ ଓ ବେଙ୍ଗଲ ଟାଇଗରର୍ସ ମଧ୍ୟରେ ଦମଦାର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ଅର୍ଜୁନ କାପୁର, ସୋହେଲ ଖାଁ, ସୋନି ସୁଦ୍ଧ, ମିକା ସିଂହ, ଆୟୁଷ୍ମାନ ଖୁରାନା ଓ ରିତେଶ ଦେଶମୁଖଙ୍କ ଭଳି ଷ୍ଟାରମାନଙ୍କ ମ୍ୟାଚ୍ ଦର୍ଶକମାନେ ବେଶ ଉପଭୋଗ କରିଥିଲେ । ଶେଷରେ ବିଜୟୀ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।