ସେହି ଦୁଇ ଆଖି
ଲକ୍ଷ୍ମୀକାନ୍ତ ଦାସ :
ରନôସିଂହାସନେ ବସିଥିବା କଳା ରସିଆର
ଚକା ଚକା ଦୁଇ ଆଖି
ଦେଖିଦେଲେ ଥରେ
ଭୁଲିଯାଏ ଦୁଃଖ ଭୋକ
ଭୁଲିଯାଏ ମାଗିବା ଜାଚିବା
କି ମନ୍ତର କରିଦିଏ ସିଏ
ହଜି ଯାଏ ମଜ୍ଜି ଯାଏ
ମନ ମୋର ଯାଏ ସେ ଆଖିରେ ଲାଖି
ସେହି ଦୁଇ ଚକା ଆଖି
ଆର ଦୁଇ ଆଖି
ମୋତେ କରିଛି ପାଗଳ
ହୃଦୟ ରେ ମୋର ଲାଗିଛି ଅନଳ
ଅବୋଧ ମଣିଷର
ଅଭିଲିପ୍ସୁ ଭୂଗୋଳ
ଅବା‚ିତ ହୃଦୟର
ସୁନେଲି ସକାଳ
ତା ମୁଁହ ନ ଦେଖିଲେ
ଲାଗଇ ବିକଳ
ସାମ୍ନା ସାମ୍ନି ଦେଖିଦେଲେ ଭୁଲିଯାଏ
କହିବାକୁ ବାକି ଥିବା କଥା ସକାଳ
ମନ ମୋର ଆନମନା ହୁଏ
ସେ ଆଖିର ଭାଷା ପଢ଼ୁ ପଢୁ
ଏ ସେଠି ଯାଏ ଲାଖି
ସେହି ଦୁଇ ଆଖି
ପ୍ରଥମ ଆଖି ଦୁଇ
ଜନମରୁ ମୋର ରହିଛି ସାକ୍ଷୀ
ତା ପ୍ରେମରେ ପଡ଼ିଛି ମୁଁ
ଜୀବନ ସଉଦା ମୁଁ
ନିଇତି କରୁଛି
ହିସାବ ନିକାସ ମୋତେ ଜଣା ନାହିଁ
ସେ ଜାଣିଛି କେତେ ଅସୁଲ କେତେ ବାକି
ଆର ଦୁଇ ଆଖି
ମୋ ଜୀବନ ପରିଧି ବାହାରେ
ମୋ ଭାଗ୍ୟ ଓ ଭବିଷ୍ୟତ ର ବହୁଦୂରେ
ତା ଜୀବନ ଯାତ୍ରା ରେ ବିଭୋର
ତା ସହିତ ମୋର
ନାହିଁ ପରିଚୟ
ତଥାପି ବି ଯେବେ ଠୁ ଦେଖିଛି ତା ଆଖି
କେଜାଣି କାହିଁକି କେମିତି
ତା ପ୍ରେମରେ ଭୁଲିଛି ନିଜକୁ
ହୃଦୟ ମୋହର
ଅଜଣା ହାଟ ରେ ଦେଇଛି ବିକି
ସେହି ଦୁଇ ଆଖି
ମୋର ହୋଇଛି ସର୍ବସ୍ୱ
ଦେଖୁ ବା ନ ଦେଖୁ
ମୋର ଆତୁର କାତର
ଭଜୁଥିବି ମଜ୍ଜୁଥିବି ଡାକି ଡାକି
ସେହି ଦୁଇ ଆଖି....
ନାହାଳ ପୁର, ବେଣୀରାମ ପୁର,କଟକ
ମୋ -୯୪୩୯୬୧୪୬୭୭