ସ୍କୁଲରେ ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ
ବନ୍ତ : ତରାପୁର କ୍ଲଷ୍ଟର ଅନ୍ତର୍ଗତ ପୋଡାପାଟଣା ଉଚ୍ଚ ପ୍ରାଥମିକ ସ୍କୁଲର ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଅମୂଲ୍ୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ବନ୍ତ ବ୍ଲକ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ବନ୍ତ ଆଞ୍ଚଳିକ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡ. ଶୁଭେନ୍ଦ୍ର ମିଶ୍ର, ସମ୍ମାନିତଅତିଥି ବିଆରସିସି ହରେକୃଷ୍ଣ ଆପଟ, ଏବିଓ ପ୍ରମୋଦ ପଣ୍ଡା, ଏବିଓ ଭାଗିରଥୀ ପାତ୍ର, କେନ୍ଦୁଆପଦା କଲେଜ ଅଧ୍ୟାପକ ପ୍ରଶାନ୍ତ ବେହେରା, ସିଆରସିସି ଜଗନ୍ନାଥ ଖୁଣ୍ଟିଆ, ଶିକ୍ଷାବିତ୍ ସୁବାସ ଦାସ, ସମାଜସେବୀ ଶ୍ୟାମ ସୁନ୍ଦର ଦାସ, ପରିଚାଳନା କମିଟି ସଭାପତି ହେମନ୍ତ ବାରିକ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ସୁଧିର ବାରିକ ପରିଚୟ ପ୍ରଦାନ କରିଥିବା ବେଳେ, ଶିକ୍ଷକ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ କ୍ରୀଡାରେ ଉତ୍ତୀର୍ଣ୍ଣ ଓ ଶିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରଶାନ୍ତ ରାଉତ, ପ୍ରେମଲତା ଜେନା, ଦେବାଶିଷ ମହାରଣା ପ୍ରମୁଖ ଶିକ୍ଷକ/ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଭ୍ୟ/ସଭ୍ୟା ଆୟୋଜିତ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥିଲେ ।ାଇ ପୁଲିସ ମନୋଜକୁ ଗିରଫ କରିଛି ।