ସ୍କୁଲରେ ୬୩ତମ ବାର୍ଷିକୋତ୍ସବ
ନାଉଗାଁ : ନାଉଗାଁ ବ୍ଲକ୍ ଅନ୍ତର୍ଗତ ସରକାରୀ ହାଇସ୍କୁଲ ନାଉଗାଁହାଟର ୬୩ତମ ବାର୍ଷିକୋତ୍ସବ ପୁରାତନ ଛାତ୍ର ସଂସଦର ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବର ଉଦ୍ଘାଟକ ତଥା ମୁଖ୍ୟଅତିଥି ବାବା ସତ୍ୟାନନ୍ଦ ଦାସ ମହାରାଜ, ମୁଖ୍ୟବକ୍ତା ଡ. ସୁଲୋଚନା ଦାସ, ସମ୍ମାନୀୟଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତୃଷ୍ନା ଲେଙ୍କା, ପୂର୍ବତନ ପ୍ରଧାନଶିକ୍ଷକ ଭାବଗ୍ରାହୀ ଭୋଳ, ଅବସରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ନିରଞ୍ଜନ ମହାନ୍ତି, ପୁରାତନ ଛାତ୍ର ବିନୋଦ ଦାସ, ସରୋଜ ନାୟକ, ସ୍କୁଲ ପରିଚାଳନା କମିଟି ସଭ୍ୟ ବିପିନ ବିହାରୀ ବେହେରା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ସ୍କଲର ବିକାଶରେ ସହଯୋଗ ପ୍ରଦାନ କରିଥିବା ପୁରାତନ ଛାତ୍ର ଜ୍ୟୋତିଷ ଚନ୍ଦ୍ର ଦାସ, ଡ. ସୁଲୋଚନା ଦାସ, ବାବା ସତ୍ୟାନନ୍ଦ ଦାସ, ଅଧ୍ୟାପକ ସରୋଜ କୁମାର ନାୟକ, ବିନୋଦ ଦାସ, ବୈଷ୍ଣବ ଚରଣ ଦାସ, ସୁକାନ୍ତ ଲେଙ୍କା, ଭ୍ରମରବର ଗୋଚ୍ଛାୟତ, ସମାଜସେବୀ ବିପିନ ବିହାରୀ ବେହେରା, ସୁଶାନ୍ତ କୁମାର ସାହୁ , ଶିକ୍ଷାବିତ୍ ନିରଞ୍ଜନ ମହାନ୍ତିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ମ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଗଣିତ ଶିକ୍ଷକ ମାନସ କୁମାର ବେହେରା ଓ ଓଡ଼ିଆ ବିଭାଗର ଶିକ୍ଷକ ସନ୍ତୋଷ କୁମାର ପରିଡାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଉପସ୍ଥିତ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରି ତଥା ବିଦ୍ୟାଳୟ ବିକାଶ ଓ ପରିଚାଳନା କମିଟିର ସଭ୍ୟ ଓ ସଭ୍ୟା ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧନା କରିଥିଲେ ।ଜିଲ୍ଲା ତଥା ରାଜ୍ୟ ସ୍ଥରରେ ଅଂଶ ଗ୍ରହଣ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।