ସ୍ଥାନୀୟ ରାଜନେତାଙ୍କ ହସ୍ତକ୍ଷେପ  : ବାରଣ୍ଡାରେ ସଢ଼ୁଥିବା ରୋଗୀଙ୍କୁ ମିଳିଲା ବେଡ୍

 ଢେଙ୍କାନାଳ: ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଛଟପଟ ହେଉଥିଲେ ରୋଗୀ । ଯେତେ କହିଲେ ବି ଶୁଣୁ ନ ଥିଲେ ମେଡିକାଲ୍ କର୍ତ୍ତୃପକ୍ଷ । କିନ୍ତୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକ କେତେକ କର୍ମକର୍ତ୍ତା ଗତକାଲି ରାତିରେ ମେଡିକାଲ୍ରେ ପହଞ୍ଚô କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ । ପରବର୍ତ୍ତୀ ସମୟରେ ସମ୍ପୃକ୍ତ ରୋଗୀଙ୍କୁ ଆଡ୍ମିଶନ୍ କରାଯିବା ସହି ତାଙ୍କୁ ଏକ ବେଡ୍ ପ୍ରଦାନ କରାଯାଇଥିଲା । ରୋଗୀ ଜଣକ ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ବାଘମୁଣ୍ଡାର ନରୋତ୍ତମ ବେହେରା ବୋଲି ଜଣାପଡ଼ିଛି ।
ଗତ ୨୨ରେ ନରୋତ୍ତମଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗଳାରେ ସଂକ୍ରମଣ ଯୋଗୁଁ ଗୁରୁତର ଯନ୍ତ୍ରଣାରେ ସେ ଛଟପଟ ହେବା ସହ ଗଳା ଫୁଲିଯାଇଥିଲା । ଏହାସହ  ବିଭିନ୍ନ ସ୍ଥାନରୁ ରକ୍ତସ୍ରାବ ହେଉଥିବା ବେଳେ ପାଚି ପୁଜ ବାହାରୁ ଥିଲା । ୨୪ ଘଣ୍ଟା ଧରି ବାହାରେ ଛଟପଟ ହେଉଥିଲେ ମଧ୍ୟ ମେଡିକାଲ୍ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିଲେ । ଏ ସମ୍ପର୍କରେ ଖବର ପାଇ ସମ୍ପୃକ୍ତ ରାଜନେତାମାନେ ମେଡିକାଲ୍ରେ ପହଞ୍ଚôବା ସହ ନରୋତ୍ତମଙ୍କୁ ଚିକିତ୍ସା ଯୋଗାଇବା ଦିଗରେ ବିଶେଷ ପଦକ୍ଷେପ ନେଇଥିଲେ ।
ଅପରପକ୍ଷେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ମଧ୍ୟ ପରିବେଷଣ କରାଯାଉଥିବା ଦୃଢ଼ ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ ରୋଗୀମାନେ ମେଡିକାଲ୍ରେ ଭର୍ତ୍ତି ହେବା ଦିନକୁ ଛାଡ଼ି ତା’ ପରଦିନ ଖାଦ୍ୟ ବଣ୍ଟ କରାଯାଉଛି । ଯାହାକୁ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମହଲରେ ଘୋର ଅସନ୍ତୋଷ ସୃଷ୍ଟି ହେଉଛି । ଜିଲ୍ଲାବାସୀ ସର୍ବଦା ଜରୁରୀ ଚିକିତ୍ସାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଏଠାରେ ଆଇସିୟୁ ରହିଛି କିନ୍ତୁ ଡାକ୍ତର ଓ କର୍ମଚାରୀଙ୍କ ଅଭାବରୁ ସର୍ବଦା ରୋଗୀଙ୍କୁ କଟକ ପଠାଇ ଦିଆଯାଉଛି । ରାଜନେତା ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ସଦର ନିର୍ବାଚନମଣ୍ଡଳୀ ସଭାପତି ରତିରଞ୍ଜନ ଜେନା ଓ ଅନ୍ୟମାନେ ଏପରି ଅଚାନକ ପରିଦର୍ଶନ କରି ଲୋକଙ୍କୁ ସହାୟତା ଯୋଗାଇଥିଲେ ।