‘ସ୍ନାନମଣ୍ଡପରୁ ନୀଳାଦ୍ରି ବିଜେ’ ଲୋକାର୍ପିତ

 ପୁରୀ: ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହ ଠାରେ ପ୍ରିୟପତ୍ର ଏବଂ ଅନୁରାଗ ସାହିତ୍ୟ ସଂଗୋଷ୍ଠୀର ମିଳିତ ଉଦ୍ୟମରେ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ମିଶ୍ରଙ୍କ ରଚିତ ସ୍ନାନମଣ୍ଡପରୁ ନୀଳାଦ୍ରି ବିଜେ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଆୟୋଜିତ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଡ଼. କୈଳାସଚନ୍ଦ୍ର ଟିକାୟତରାୟ, ମୁଖ୍ୟବକ୍ତା ଭାବେ ଡ଼. ଭାସ୍କର ମିଶ୍ର, ସମ୍ମାନିତ ଅତିଥି ଭାବେ ଡ଼. ପ୍ରମୋଦ ଦଳାଇ ଓ ପୂର୍ଣ୍ଣଚନ୍ଦ୍ର ଦାସ ଯୋଗଦାନ କରି ଲେଖିକାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମାରୋହରେ ଡ଼. ହେମନ୍ତ କୁମାର ଛୋଟରାୟ, ପ୍ରସନ୍ନ ମିଶ୍ର, ବିଜୟକୁମାର ପଣ୍ଡା, ଚନ୍ଦ୍ରଶେଖର ମହାରଣା, ଡ଼. ଦୟାନିଧି ତ୍ରିପାଠୀ, ପ୍ରବାସିନୀ ମିଶ୍ର, ପ୍ରମୋଦା ଦେବୀ, ଡ଼. ଅଶୋକ ମିଶ୍ର, ସୁବାସ ଚନ୍ଦ୍ର ପରିଡ଼ା, କୃଷ୍ଣଚନ୍ଦ୍ର ରଥ, ଗୋବିନ୍ଦ ମହାନ୍ତି, ମୀନତି ମିଶ୍ର, ରେଣୁକା ମିଶ୍ର, ମନୋରମା ଆଚାର୍ଯ୍ୟ, ଶ୍ୟାମପ୍ରକାଶ ସେନାପତି, ହରିଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇ ଲେଖିକାଙ୍କ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ସଦାଶିବ ମିଶ୍ର ମଙ୍ଗଳାଚରଣ ପାଠ କରିଥିଲେ । ଏଥିରେ ଅଧ୍ୟକ୍ଷତା କରିଥିଲେ ଶିବସୁନ୍ଦର ମିଶ୍ର । ପ୍ରିୟପତ୍ରର ସଂପାଦକ ବିପିନ ବିହାରୀ ଦଳାଇ ପୁସ୍ତକ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଶେଷରେ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।