ସ୍ମୃତିସଭାରେ ଯୋଗଦେଲେ ଶିଳ୍ପମନ୍ତ୍ରୀ

 ପାରାଦୀପ  : କୁଜଙ୍ଗ, ପାରାଦୀପ ଅଞ୍ଚଳର ଜଣାଶୁଣା ବିଶିଷ୍ଟ ବ୍ୟକ୍ତି, ସମାଜସେବୀ, ଶିକ୍ଷାବିତ୍ ତଥା ବରିଷ୍ଠ ରାଜନେତା ସ୍ୱର୍ଗତଃ ମଦନ ମୋହନ ସ୍ୱାଇଁଙ୍କ ଏକାଦଶାହ କାର୍ଯ୍ୟକ୍ରମ ତାଙ୍କ ଗ୍ରାମ କୁଜଙ୍ଗର ନବାଡିଆ ଗ୍ରାମରେ ରବିବାର ଅନୁଷ୍ଠିତ ହେବା ଅବସରରେ ଆୟୋଜିତ ସ୍ମୃତି ଚାରଣ ସଭାରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ  ତୈଳ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ସ୍ମୃତି ଚାରଣ କରିବା ସହିତ ସ୍ୱର୍ଗତଃ ସ୍ୱାଇଁଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ । ସ୍ୱର୍ଗତ ସ୍ୱାଇଁ କେବଳ ଜଣେ ଦରଦୀ ହୃଦୟର ବ୍ୟକ୍ତି ନଥିଲେ, ବରଂ ଶିକ୍ଷାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଅଞ୍ଚଳର ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିବାରେ  ସହାୟକ ହୋଇଥିଲେ । ତାଙ୍କ ସହ ଥିବା ମୋର ବ୍ୟକ୍ତିଗତ ସମ୍ପର୍କ ଓ ସ୍ମୃତି ସର୍ବଦା ସ୍ମରଣୀୟ ହୋଇରହିବ ବୋଲି ମନ୍ତ୍ରୀ ମତପୋଷଣ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି କାମନା କରିଥିଲେ । 
ସେହିପରି ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପୂର୍ବତନ ସାଂସଦ ଡା. କୁଳମଣି ସାମଲ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଶ୍ରମିକନେତା ପ୍ରକାଶ ତ୍ରିପାଠୀ, ସନ୍ତୋଷ ପଟ୍ଟନାୟକ, କଂଗ୍ରେସ ନେତା ନିରଞ୍ଜନ ନାୟକ ପ୍ରମୁଖଙ୍କ ସମେତ  ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ରାଜନେତା, ଶ୍ରମିକ ନେତା, ଶିଳ୍ପପତି ଓ ବ୍ୟବସାୟୀ, କବି, ସାହିତି୍ୟକ, ସାମ୍ବାଦିକ, ସମାଜସେବୀ ଓ ବୁଦ୍ଧିଜୀବୀ  ଯୋଗଦେଇ ସ୍ୱର୍ଗତଃ ସ୍ୱାଇଁଙ୍କ ସ୍ମୃତିଚାରଣ କରିଥିଲେ ।  ଏହି ଅବସରରେ ସ୍ୱର୍ଗତ ସ୍ୱାଇଁଙ୍କ ଉଦେ୍ଦଶ୍ୟରେ ପ୍ରକାଶିତ ସ୍ମରଣିକା ଉନ୍ମୋଚନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସ୍ୱର୍ଗତ ସ୍ୱାଇଁଙ୍କ ପୁତ୍ର ତଥା ସାମ୍ବାଦିକ ରନôାକର ସ୍ୱାଇଁ, ବିଶ୍ୱଜିତ୍ ସ୍ୱାଇଁ, ସମିତ୍ ସ୍ୱାଇଁ, ଭାଇ ସୁଦର୍ଶନ ସ୍ୱାଇଁ, ରଞ୍ଜନ କୁମାର ସ୍ୱାଇଁ, ମନୋଜ କୁମାର ସ୍ୱାଇଁ, ଝିଅ ମନ୍ଦାକିନି, ମଧୁସ୍ମିତା, ସୁଚିସ୍ମିତା, ଶୁଭଶ୍ରୀ, ଇନୁ, ଚିନୁ, ଜ୍ୱାଇଁ ଜ୍ଞାନଦେବ, ନିଲୁ ଓ ପରିବାରର  ସଦସ୍ୟ ଓ ସଦସ୍ୟାମାନେ ସୁଚାରୁରୂପେ ପରିଚାଳନା କରିଥିଲେ । ଏକାଦଶାହରେ   ଆୟୋଜିତ ପକ୍ତି ଭୋଜନରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଜନସାଧାରଣ  ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା  ।