ସ୍ୱଚ୍ଛ ଭାରତ ଅଭିଯାନ 

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ନଗର ମଣ୍ଡଳର ବିଭିନ୍ନ ସ୍ଥାନରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା ।  ନଗର ମଣ୍ଡଳ ପକ୍ଷରୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଉମରକୋଟ ନଗରରେ ଥିବା ପ୍ରତ୍ୟେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବା ସ୍ଥାନମାନଙ୍କରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢୀ, ସାଂସଦ ପ୍ରତିନିଧି ରାମ ନାୟକ, ନଗର ସଭାପତି ସନ୍ତୋଷ ଶର୍ମା, ନଗର ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ, ପ୍ରଦୀପ ମିଶ୍ର, ସନ୍ତୋଷ ସରକାର, ଦୁକାଲୁ ମେହେର, ରାମ ଗଣ୍ଡ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଶଙ୍କର ମେସ୍ତ୍ରୀ, ଅକ୍ଷୟ ସାହୁ, ଅଜୟ ପାଣି, ଜଟି ପଟ୍ଟନାୟକ, ସିଦ୍ଧାର୍ଥ ପଟ୍ଟନାୟକ, ଶୁକେସ ସରକାର, ଅଭିରାମ ଦାସ, ମିଲୁ ପଣ୍ଡା, ସତ୍ୟ ବେହେରା,ଶ୍ରୀନିବାସୀ ମୂର୍ତ୍ତି, ଟିଙ୍କୁ ଭାଇ, ହର ପ୍ରସାଦ ପାଣିଗ୍ରାହୀ  ପ୍ରମୁଖ ନଗର ମଣ୍ଡଳର ବହୁ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।