ସ୍ୱଚ୍ଛ ରେଳ ପରିସର ପାଇଁ ଆହ୍ୱାନ
ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ପରିସରରେ ସ୍ୱଛତା ଅଭିଯାନର ନେତୃତ୍ୱ ନେଇଥିଲେ । ଯାହା ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି ଜୋନର ଦୃଢ଼ ପ୍ରତିବଦ୍ଧତାକୁ ପୁନଃନିଦେ୍ର୍ଦଶ କରିଥିଲା । କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ଅଧିକାରୀ ଏବଂ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣକୁ ଉସôାହିତ କରିବା ପାଇଁ ଶ୍ରମଦାନ କାର୍ଯ୍ୟକଳାପ ଏବଂ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା । ମହାପ୍ରବନ୍ଧକ ବ୍ୟକ୍ତିଗତ ଭାବରେ ସ୍ୱଚ୍ଛତା, ପରିମଳ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପଦକ୍ଷେପ ଗୁଡ଼ିକର ସମୀକ୍ଷା କରିଥିଲେ, ମତାମତ ଏବଂ ପରାମର୍ଶ ସଂଗ୍ରହ କରିବା ପାଇଁ ରେଳ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ସ୍ୱଚ୍ଛତା ଅଭିଯାନ ସମୟରେ, ଫୁଙ୍କୱାଲ ଇ-ବର୍ଜନା ସଫା କରିବା, କାଗଜ ଏବଂ ଫାଇଲର ବ୍ୟବହାର ହ୍ରାସ କରିବା, ଡେସ୍କଟପ୍ ଏବଂ ଇ-ଅଫିସ୍ ଫାଇଲ ସଫା କରିବା ଏବଂ ଅଫିସ୍ ପ୍ରିଣ୍ଟର ବ୍ୟବହାରକୁ ଯୁକ୍ତିଯୁକ୍ତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ସମଗ୍ର ରେଳ ନେଟୱାର୍କରେ ସ୍ୱଚ୍ଛତା, ଡିଜିଟାଲ୍ ଦକ୍ଷତା ଏବଂ ପରିସ୍କାର ପରିବେଶ ଦାୟିତ୍ୱର ସଂସ୍କୃତିକୁ ପ୍ରେରଣା ଦେବା ।