ସୟଦପୁର ପଞ୍ଚାୟତରେ ଇଫତାର ପାର୍ଟି
ସିଂହପୁର: ବିଞ୍ଝାରପୁର ବ୍ଲକ୍ ସୟଦପୁର ପଞ୍ଚାୟତ ପକ୍ଷରୁ ପଠାନ ମହଲ୍ଲା କଲ୍ୟାଣୀ ମଣ୍ଡପରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି । ସୟଦପୁର ପଂଚାୟତର ସରପଂଚ ସେକ ମହମ୍ମଦ ସବିରଙ୍କ ଆୟୋଜନରେ ଆୟୋଜିତ ଇଫତାର ପାର୍ଟିରେ ଇଂ. ଲାୟକ ଅଲୀ ଖାନ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ବିଧାୟିକା ପ୍ରମିଳା ମଲିକ ଯୋଗଦେଇ ପବିତ୍ର ଇଫତାର ପାର୍ଟି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସ, ବିଡ଼ିଓ ହିତାଂଶୁ ଶେଖର ସାମଲ, ଉପାଧ୍ୟକ୍ଷ ସେକ୍ ଇର୍ସାଦ, ଜିଲାପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ପ୍ରଦୀପ ମହାନ୍ତି, ଚନ୍ଦ୍ରଶେଖର ବେହେରା, ହବିବୁର ରେହମାନ ଖାନ, ଜବୋଦ ଇକବାଲ ଖାନ, ଯାହିଦ ଅଲି ଖାନ୍, ସଲାମତ ଅଲି ଖାନ, ଅସଫର ଅଲି ଖାନ, ଅସଲମ ପରୱେଜ, ଯାବିର ହୋସେନ ଖାନ, ସୁଖରଂଜନ ପରିଡା, ମୋଜାହିଦ ଅଲି ଖାଁ, ଯାହାନୱାଜ ଅଖତର, ଗୁଫରାନ ଅଲି ଖାନ, ସମାଜସେବୀ କୈଳାଶ ଚନ୍ଦ୍ର ସେଠୀ ଓ ଅନ୍ୟ ପଂଚାୟତର ସରପଂଚ ଓ ସମିତିସଭ୍ୟଙ୍କ ସମେତ ବହୁ ବିଜେଡିକର୍ମୀ ଉପସ୍ଥିତ ରହି ପବିତ୍ର ରମଜାନ ମାସ ସମ୍ପର୍କରେ ନିଜ ନିଜର ଅଭିମତ ପ୍ରକାଶ କରିଥିଲେ ।