ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

 କବାଟବନ୍ଧ: ଧର୍ମଶାଳା ବ୍ଲକ ମର୍ଜିତାପୁର ହିଙ୍ଗୁଳା ବିଦ୍ୟାମନ୍ଦିରର ଶିକ୍ଷକ ଗଗିରିଧାରୀ ପ୍ରଧାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା  ଦିଆଯାଇଛି । ପ୍ରଧାନ ଶିକ୍ଷକ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାମନ୍ଦିରର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରତାପ କିଶୋର ଦାଶ, ପ୍ରମୋଦ ମଲ୍ଲିକ, ଭରତ ପ୍ରଧାନ, ବ୍ରଜବନ୍ଧୁ ଭଞ୍ଜ, ମାନସ ନାୟକ, ମଧୁସ୍ମିତା ଟୁଡୁ, ଅଙ୍କିତା ସାହୁ ବିରଳ ଶିକ୍ଷକଙ୍କ ନିଆରା ଶିକ୍ଷକତା ଏକ ଉଦାହରଣ ହୋଇ ରହିବ ବୋଲି ବର୍ଣ୍ଣନା କରିଥିଲେ । ଗିରିଧାରୀ ପ୍ରଧାନ ୧୯୯୦ମସିଆରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ ସୁଦ୍ଧା ଚାକରି ଜୀବନର ଅବସର ଯାଏଁ ସେ ଦରମା ପାଇନାହାନ୍ତି । କିନ୍ତୁ ଦୀର୍ଘ ୩୫ ବର୍ଷ ହେବ ସେ ବିନା ପାରିଶ୍ରମିକରେ ଶିକ୍ଷାଦାନ କରିଆସୁଥିଲେ । ଗିରିଧାରୀ ପ୍ରଧାନଙ୍କ ଜୀବନବ୍ୟାପୀ ତ୍ୟାଗ ଓ ଧର୍ଯେ୍ୟ ଆଜିର ସମାଜରେ ବିରଳ ବୋଲି ପୁରାତନ ଛାତ୍ର ସଂସଦ ପକ୍ଷରୁ ମତ ରଖଯାଇଥିଲା । ଏଭଳି ବ୍ୟକ୍ତିତ୍ୱଙ୍କୁ ଭାରତ ରନô ମିଳିବା ସହିତ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମିଶନ ଗିରିଧାରୀ ସାର ଛାତ୍ର ସଂସଦ ପକ୍ଷରୁ ଆରମ୍ଭ କରାଯାଇଛି ବୋଲି ସରୋଜକାନ୍ତ ବେହେରା, ରାହାସ ସାହୁ, ଆନନ୍ଦ ପ୍ରଧାନ, ମହେଶ୍ୱର ପାତ୍ର ପ୍ରକାଶ କରିଛନ୍ତି । ସେହିପରି ଶ୍ରୀଯୁକ୍ତ ପ୍ରଧାନଙ୍କ ପରିବାରରେ ପନôୀଙ୍କ ସହିତ ଦୁଇ ଝିଅ ଓ ଗୋଟିଏ ପୁଅ ରହିଥିବା ସ୍ଥଳେ ବ୍ୟକ୍ତିଗତ ଆର୍ଥôକ ସ୍ଥିତି ସ୍ୱଛଳ ନାହିଁ । ଏବେ ପ୍ରଶ୍ନ ଶିକ୍ଷା ଦାନକୁ ନିଜ ଜୀବନର ବ୍ରତ କରି ୩୫ ବର୍ଷର ସେବାରେ ପୁର୍ଣ୍ଣଛେଦ ପଡିଛି ।