ହତ୍ୟା ଘଟଣା : ଗୋଟିଏ ପରିବାରର ୬ ଜଣଙ୍କୁ ଆଜୀବନ

 ନବରଙ୍ଗପୁର:  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୨୦୨୨ ଅଗଷ୍ଟ ୬ରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାରମାସି ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା  । ଯାହାର ଶୁଣାଣୀ କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ଜଣେ ନାବାଳକଙ୍କ ସମେତ ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି  ।ସେମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି  । ଗତ ୨୦୨୨ ଅଗଷ୍ଟ ୬ରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବାରମାସି ଗ୍ରାମର ଡମ୍ବୁରୁ ପୂଜାରୀ ଓ ପଡ଼ଲାମ ପୂଜାରୀ ନିଜ ଜମିରେ କାମ କରୁଥିଲେ  ।