"ହର ଘର ତି୍ରରଙ୍ଗା' ଅଭିଯାନ

 ଜଟଣୀ:   ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ହର ଘର ତିରଙ୍ଗା ଅଭିଯାନ ଅବସରରେ ଏକ ଉତ୍ସାହ ପୂର୍ଣ୍ଣ ତିରଙ୍ଗା ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସ୍ୱେଚ୍ଛାସେବୀମାନେ ଏବଂ ସିଭିଲ୍ ଡିଫେନ୍ସ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଏହି ରାଲି ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ୍, ଡିଆରଏମ୍ ଭବନ, ସମୀପବର୍ତ୍ତୀ ରେଳବେଇ କଲୋନୀ ଏବଂ ସିତାରାମ ଛକ ଅଞ୍ଚଳ ମାର୍ଗ ଦେଇ ଯାତ୍ରା କରିଥିବାବେଳେ ସାଧାରଣ ଲୋକମାନଙ୍କୁ ଦେଶପ୍ରେମର ସଚେତନତା କରିଥିଲା । ଅଂଶଗ୍ରହୀମାନେ ଜାତୀୟ ପତାକା ହାତରେ ଧରି ଦେଶଭକ୍ତିମୂଳକ ସ୍ଲୋଗାନ ଦେଇ ଆଗାମୀ ସ୍ୱାଧୀନତା ଦିବସ ପାଇଁ ଏକତା ଓ ଗୌରବର ସନେ୍ଦଶ ପ୍ରସାର କରିଥିଲେ ।