ହାଇମାଷ୍ଟ ଲାଇଟ୍ ଅଚଳ, ହେଉନି ମରାମତି


ାା ପ୍ରଭାନୁ୍ୟଜ ।ା ନିଆଳି:  କଣ୍ଟାପଡା ବ୍ଲକ୍ ବ୍ରାହ୍ମଣସାଇଲୋ ପଞ୍ଚାୟତ କୂଳ ବ୍ରାହ୍ମଣସାଇଲୋ ଛକରେ ଲଗା ଯାଇଥିବା ହାଇମକ୍ସ ଲାଇଟ୍ ଗତ ଫନି ବାତ୍ୟା ଠାରୁ ଭାଙ୍ଗିରୁଜୁ ଯାଇଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଫନି ବାତ୍ୟା ଠାରୁ ଏଭଳି ଅଚଳା ଅବସ୍ଥା ଲାଗି ରହିଥିବା ବେଳେ ବ୍ଲକ୍ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହିଁ । ବ୍ଲକ ପ୍ରଶାସନ ମରାମତି ବାବଦରେ କୌଣସି ଅର୍ଥ ଖର୍ଚ୍ଚ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଥିବାବେଳେ କେବଳ ପଞ୍ଚାୟତରେ ହିଁ ସରପଞ୍ଚ ପଞ୍ଚାୟତରୁ ଆଦାୟ ହେଉଥିବା ଅର୍ଥରେ ଖର୍ଚ୍ଚ କରି ମରାମତି କରିପାରିବେ । ଏ ନେଇ ବ୍ରାହ୍ମଣସାଇଲୋ ସରପଞ୍ଚ ତୃପ୍ତିମୟୀ ରାଉତଙ୍କୁ ପଚାରିବାରୁ ଏହାକୁ ଲଗାଇଥିବା ସଂସ୍ଥା ରକ୍ଷଣାବେକ୍ଷଣ ନ କରି ଧରାଛୁଆଁ ଦେଉନାହିଁ । ଏହି ଲାଇଟ୍ ଉପରେ ଦୁର୍ନୀତି ହେଉଥିବାକୁ ନେଇ ଅଦାଲତରେ ମାମଲା ବିଚାରଧିନ ଥିବାରୁ ଏହା ଉପରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହି ଲାଇଟ୍ର ମରାମତି ଏବେ ଅନିଶ୍ଚିତତା ମଧ୍ୟରେ ରହିଛି ।