ହାଇସ୍କୁଲରେ ଗୀତା ପାଠୋତ୍ସବ
ତିହିଡି: ସଂସାର ସାଗର ପାରି ହେବାକୁ ଗୀତା ଏକମାତ୍ର ନୌକା ଅଟେ । ଏହାକୁ ·ରିଆଡେ ଅବଗତ କରିବା ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ଲକ୍ଷ୍ୟରେ ଗୀତା ଜ୍ଞାନ ପାଠୋତ୍ସବ ଜରିଆରେ ପୁରୀ ଜଗା ·କର ସଂଘ ଉଦ୍ୟମ ଆରମ୍ଭ କରିଥିବା କରିଛି । ଏନେଇ ବିଭିନ୍ନ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏପରି ଗୀତା ପାଠୋତ୍ସବ କରାଯାଉଛି । ଛାତ୍ରଛାତ୍ରୀମାନେ ଗୀତାର ଶ୍ଳୋକ ପାଠ କରିବା ଓ ଘରେ ନିୟମିତ ପାଠ କରିବା ଏବଂ ସେମାନଙ୍କ ମଧ୍ୟରୁ ଭଲଭାବେ ପାଠ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏନେଇ ଭଦ୍ରକ ଜିଲ୍ଲା ·ନ୍ଦବାଲି ବ୍ଲକର ଦାଖା ଓ ଶିବଦୁର୍ଗା ହାଇସ୍କୁଲରେ ପୃଥକ ପୃଥକଭାବେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜଗା ·କର ସଂଘର ଭଦ୍ରକ ଜିଲ୍ଲା ସଂଯୋଜିକା ସୁପ୍ରଭା ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଦୁଇଟି ହାଇସ୍କୁଲରେ ମୋଟ୍ ୬୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ୬ ଜଣଙ୍କୁ ଗୀତା ପୁସ୍ତକ ସହ ଗଙ୍ଗା ଜଳ ଓ ନିର୍ମାଲ୍ୟ ପ୍ରଦାନ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସାନ୍ତନ୍ୱା ମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଦାଖା ହାଇସ୍କୁଲର ଶିକ୍ଷକ ଅଭୟ ବେହେରା, ପରି·ଳନା କମିଟିର ସଭାନେତ୍ରୀ ବବିତାରାଣୀ ଦାସ, ସ୍ମିତା ମଲ୍ଲିକ, ନିରାକାର ପରିଡା ଓ ଶିବଦୁର୍ଗା ହାଇସ୍କୁଲର ଅକ୍ଷୟ କୁମାର ସାମଲ, ମହେନ୍ଦ୍ର ସେଠୀ, ସୁବାଶିନୀ ବିଶ୍ୱାଳ, ସିଆରସିସି କାମାକ୍ଷା ପାତ୍ର, ପରି·ଳନା କମିଟିର ସଭାପତି ନିଳମଣି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଜିଲ୍ଲାର ଅନ୍ୟାନ୍ୟ ହାଇସ୍କୁଲରେ ଏପରି କାର୍ଯ୍ୟକ୍ରମ ରହିଥିବା ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି ।