ହାଇୱା ଜବତ
ନିଆଳି: ରାଜ୍ୟ ସରକାର ତଥା ରାଜ୍ୟ ପୁଲିସ ମହାନିଦେ୍ର୍ଦଶକଙ୍କ ନିଦେ୍ର୍ଦଶକ୍ରମେ ସାରା ରାଜ୍ୟରେ ଚୋରା ବାଲି ଚାଲାଣ ଉପରେ ଲାଗିଛି ଅଙ୍କୁଶ । ଏହି ପରିପ୍ରେକ୍ଷୀରେ ନିଆଳି ବିଧାୟକ ଛବି ମଲିକଙ୍କ ନିଦେ୍ର୍ଦଶ କୌଣସି ଚୋରା ବାଲି ଘାଟ ଚଳାଇ ଦିଆଯିବ ନାହିଁ ବୋଲି ପୁଲିସ ବିଭାଗ ପଦକ୍ଷେପ ନେବାକୁ କୁହାଯାଇଛି । ଦୀର୍ଘ ଦିନ ହେବ କଣ୍ଟାପଡା ଅଧିନସ୍ତ ଝାରପଡା ପଂଚାୟତ ଅଲିପଡ଼ା ବାଲିଘାଟରେ ପ୍ରତେକ ଦିନ ଚୋରା ବାଲି ଚାଲାଣ ହେଉଥିଲା । ଗତକାଲି ଗୋବିନ୍ଦପୁର ପୁଲିସ ଏକ ବାଲି ବୋଝଇ ହାଇୱାକୁ ଜବତ କରି ଥାନାକୁ ଆଣିଛି । ଉକ୍ତ ଗାଡିର ଡ୍ରାଇଭର ଅଲିପଡା ଘାଟରୁ ବାଲି ନେଇଥିବା କଥା ସ୍ୱୀକାର କରିଛି । ଏ ନେଇ ଗୋବିନ୍ଦପୁର ଥାନାରେ ମାମଲା ରୁଜୁ ହୋଇଛି ।