ହିଙ୍ଗୁଳା ବିଦ୍ୟାଳୟ ପ୍ଳାଟିନମ ଜୁବୁଲି ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ ।ା କୋରେଇ: ହିଙ୍ଗୁଳା ସରକାରୀ ଉଚ୍ଚ ବିଦ୍ୟାଳୟ ଶଙ୍ଖଚିଲାର ୭୫ତମ ପୂର୍ତ୍ତି ପାଳନ ହେବାକୁ ଯାଉଥିବା ବେଳେ ପ୍ଲାଟିନମ ଜୁବୁଲି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ସଭାପତି ଦୀନବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉତ୍ସବ ଦୁଇଦିନ ଧରି ହେବାକୁ ସ୍ଥିର ହୋଇଥିବା ବେଳେ ଅତିଥିଙ୍କ ସହ ଯୋଗାଯୋଗ ହୋଇଥିଲେ ବି ତାରିଖ ନିର୍ଦ୍ଧାରଣ ହୋଇନଥିବା ଏବଂ ଆଗାମୀ ବୈଠକ ପୂର୍ବରୁ ସ୍ଥିର ହେବ ବୋଲି ସୂଚନା ଦିଆଯାଇଥିଲା । ବିଦ୍ୟାଳୟର ସ୍ମୃତି, ଅନୁଭୂତିକୁ ଆଧାର କରି ଏକ ସ୍ମରଣିକା ପ୍ରକାଶ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିବା କଥା କୁହାଯାଇଥିଲା । ଏଣୁ ଯଥା ଶୀଘ୍ର ବିଦ୍ୟାଳୟରେ ନିଜ ସ୍ମୃତି ଓ ଅନୁଭୂତି ସଂପର୍କରେ ଫୋନ୍ ନମ୍ୱର୍ -୯୮୫୩୧୭୧୨୮୩କୁ ନିଜର ଲେଖା ପଠାଇବାକୁ ବୈଠକ ମାଧ୍ୟମରେ ସୂଚନା ଦିଆଯାଇଥିଲା । ବୈଠକରେ ବିନୋଦ ବିହାରୀ ସାହୁ, ଶ୍ରୀଧର ଦାସ, ବିଷ୍ଣୁ ଚରଣ ସାହୁ, ରଘୁନାଥ ସାହୁ, ଦେବ ପ୍ରକାଶ ସାହୁ, ଆର୍ଯ୍ୟବିଭାସ କୁମାର, ବିମଳେନ୍ଦୁ ସାହୁ, ସୋମ୍ୟବ୍ରତ ସାହୁ, ପରୀକ୍ଷିତ ରାଉତ, ଦୀପକ କୁମାର ଗୁରୁ, କୈଳାସ ଚନ୍ଦ୍ର ପଣ୍ଡା ପ୍ରମୁଖ ସଦ୍ୟବୃନ୍ଦ ଉପସ୍ଥିତ ଥିଲେ ।