ହୀରାପୁରରେ ବିଶ୍ୱଶାନ୍ତି ମହାଯଜ୍ଞ

 ଦଶରଥପୁର : ଏହି ବ୍ଲକ କଟିକଟା ପଞ୍ଚାୟତରେ ଅବସ୍ଥିତ ନିରାକ୍ଷୀ ମନ୍ଦିର ସମ୍ମୁଖରେ ୩୩ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଅନୁଷ୍ଠିତ ମହାଯଜ୍ଞରେ ଶହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ ।ସହ ପ୍ରବଚନ ଓ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ତିନିଦିନ ଧରି ଗ୍ରାମରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ମହାଯଜ୍ଞରେ ମହେଶ୍ୱର ପଣ୍ଡା ଓ କାମିନୀ ପଣ୍ଡା କର୍ତ୍ତା ଓ କର୍ତ୍ତୀଭାବେ ସଙ୍କଳ୍ପ କରିଥିଲେ ।