ହ୍ୟୁମାନ ସାଗର ମୃତ୍ୟୁ ମାମଲା : ଆଗୁଅ ଜାମିନ ଆବେଦନ କଲେ ଅର୍ପିତା 

ହ୍ୟୁମାନ ସାଗର ମୃତ୍ୟୁ ମାମଲା : ଆଗୁଅ ଜାମିନ ଆବେଦନ କଲେ ଅର୍ପିତା 

କଟକ : ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଆଗୁଅ ଜାମିନ ଆବେଦନ କରିଛନ୍ତି କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ଆଜି ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ ଓ ଓଡ଼ିଆ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଛନ୍ତି । ଗିରଫଦାରୀକୁ ଏଡାଇବା ଲାଗି ଆଗୁଆ ଜାମିନ୍‌ ଆବେଦନ କରିଥିବା ନେଇ ଚର୍ଚ୍ଚା ହେଉଛି ।

  ସୂଚନାଯୋଗ୍ୟ ଯେ, ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନଭେମ୍ବର ୧୭ ତାରିଖରେ ଭୁବନେଶ୍ୱର ଏମ୍ସ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିସ୍ୱାଶ ତ୍ୟାଗ କରିଥିଲେ । ପରେ ତାଙ୍କ ମୃତ୍ୟୁକୁ ନେଇ ବହୁ ବାଦବିବଦ ସୃଷ୍ଟି ହୋଇଥିଲା । ତାଙ୍କୁ ଯୋଜନା ବଦ୍ଧଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ଡ଼ିସେମ୍ବର ୨୧ ତାରିଖରେ ହ୍ୟୁମାନଙ୍କ ମା’ ଶେଫାଳୀ ସୁନା ନିଜ ପୁଅର ମୃତ୍ୟୁ ରହସ୍ୟରୁ ପରଦା ହଟାଇବା ପାଇଁ କଟକ ମର୍କତନଗର ଥାନାରେ ଏତଲା ଦେଇଥିଲେ । ଏହି ଏତଲାରେ ସୋମେଶ ଶତପଥୀ, ଅର୍ପିତା ଚୌଧୁରୀଙ୍କ ସମେତ ୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲେ । ପୁଅର ମୃତ୍ୟୁ ପାଇଁ ଏହିମାନଙ୍କୁ ଦାୟୀ କରି ଥାନା ଅଭିଯୋଗ ଦାୟର କରିଥିଲେ ଶେଫାଳୀ ସୁନା । ଶାରୀରିକ ଆଘାତ ପହଞ୍ଚାଇବା, ମାନସିକ ନିର୍ଯାତନା ଦେବା, ଧମକଚମକ ଦେବା, ବିଭିନ୍ନ ଚାପ ପ୍ରୟୋଗ କରିବା ଓ ଆର୍ଥିକ ସ୍ତରରେ ଲାଭବାନ ହେବାର ଉଦ୍ଦେଶ୍ୟ ରଖିବା ଯୋଗୁଁ ହ୍ୟୁମାନଙ୍କର ମୃତ୍ୟୁ ହୋଇଥିବା ନେଇ ଏତଲାରେ ଆଶଙ୍କା କରିଥିଲେ ହ୍ୟୁମାନଙ୍କ ମା’। ତାଙ୍କ ପୁଅକୁ ନ୍ୟାୟ ଦେବା ପାଇଁ ସେ ଏତଲାରେ ଅନୁରୋଧ କରିଥିଲେ।