୧୧ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା: ଭାଗନେଲେ ୨୦ ଜିଲ୍ଲାରୁ ୯୦ ପ୍ରତିଯୋଗୀ ଶ୍ରେଷ୍ଠ ୧୦ ଜଣଙ୍କୁ ଅର୍ଥରାଶି ପୁରସ୍କାର

 ଢେଙ୍କାନାଳ : ଢେଙ୍କାନାଳ ଚେସ୍ ସଂଘ ଦ୍ୱାରା ଏବଂ ନିଖିଳ ଭାରତ ଓଡିଶା ଚେସ୍ ସଂଘ ଆନୁକୂଲ୍ୟରେ ୧୦ରୁ ଆରମ୍ଭ ହୋଇଥିବା ରାଜ୍ୟ ୧୧ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ଉଦ୍ୟାପିତ ହୋଇଛି । ଉଭୟ ଓପନ ବାଳିକା ବର୍ଗରେ ପ୍ରତିଯୋଗିତା ହୋଇଥିବା ଏହି ଟୁର୍ଣାମେଣ୍ଟରେ ୨୦ଟି ଜିଲ୍ଲାରୁ ୨୫ ବାଳିକା ପ୍ରତିଯୋଗୀଙ୍କ ସହ ମୋଟ୍ ୯୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩୦ ଜଣ ଆନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ଖେଳାଳି ଯୋଗ ଦେଇଥିଲେ । ଏଥିରେ ମୋଟ୍ ୮ ରାଉଣ୍ଡ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଓପନ୍ ଓ ବାଳିକା ବର୍ଗରେ ଟପ୍ ଟେନ୍ଙ୍କୁ ପୁରସ୍କାର ରାଶି ଏବଂ ଟ୍ରଫି ପ୍ରଦାନ କରାଯାଇଛି । ଉଭୟ ବର୍ଗରେ ୬, ୭,୮, ୯ ବର୍ଷ କମ୍ ପ୍ରତିଯୋଗୀଙ୍କୁ ମଧ୍ୟ ଟ୍ରଫି ପ୍ରଦାନ କରାଯାଇଛି । ଏହିପରି ୨୦ ହଜାର ଟଙ୍କା ଅର୍ଥରାଶି ସହ ୫୪ଟି ଟ୍ରଫି ପ୍ରଦାନ କରାଯାଇଛି । 
ମନିଷ ମିଶ୍ର ପ୍ରଥମ, ସଯାନ୍ତି ଦାସ ଦ୍ୱିତୀୟ, ଶୁଭାଶିଷ ବାରିକ୍ ତୃତୀୟ, ସାକେତ୍ କୁମାର ମାଇତି ଚତୁର୍ଥ, ସିଦ୍ଧାର୍ଥ ମଲ୍ଲିକ ପଞ୍ଚମ, ସୌଭିକ୍ ପାଢୀ ଷଷ୍ଠ, ଶ୍ରେୟାଂଶ ଦାସ ସପ୍ତମ, ରେୟାନ୍ସ ସାମଲ ଅଷ୍ଟମ, ଆଖ୍ୟାନ୍?ସ୍ ମିଶ୍ର ନବମ ଏବଂ ଚୌଧୁରୀ ଶୁଭମ୍ ନନ୍ଦ ଦଶମ ସ୍ଥାନ ଅଧିକାର କରିଛନ୍ତି । ଢେଙ୍କାନାଳ ବେଷ୍ଟ ସାନ୍ ସାତିକ୍ ବେହେରା ପ୍ରଥମ, ଦେବଦତ ଦାସ ଦ୍ୱିତୀୟ ଏବଂ ସୂର୍ଯ୍ୟାବିତ୍ ସାହୁ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି । ସେହିପରି ବାଳିକା ବିଭାଗରେ ସମିନା ସ୍ୱାଇଁ ପ୍ରଥମ, ସରଧାଭାଗ୍ୟକାମିନୀ ଦ୍ୱିତୀୟ, ପ୍ରିତିକା ପ୍ରଧାନ ତୃତୀୟ, ଆଶିକା ଦାସ ଚତୁର୍ଥ, ଅନିଷା ଆଚାର୍ଯ୍ୟ ଫଚମ, ୟେସାସୀ ବିବେକବାରୱେ ଷଷ୍ଠ, ସ୍ନେହସ୍ମିତାରାମ ସପ୍ତମ, ବାହୁବାଳେଦ୍ରୁଶି କାମାକ୍ଷା ଅଷ୍ଟମ, ଅକ୍ଷତା ମିଶ୍ର ନବମ ଏବଂ ଅକ୍ଷରା ଅନ୍ନଗା ଦଶମ ସ୍ଥାନରେ ପୁରସ୍କାର ରାଶି ଏବଂ ଟ୍ରଫି ପ୍ରଦାନ କରାଯାଇଛି । ବେଷ୍ଟ ଢେଙ୍କାନାଳରେ ଦିବ୍ୟଙ୍କା ମିଶ୍ର ଏବଂ ଜାନ୍ତି ମିଶ୍ରଙ୍କୁ ଟ୍ରଫି ପ୍ରଦାନ କରାଯାଇଛି ।
ଉଦ୍ୟାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନ୍କର ଯୋଗଦେଇ କୃତିଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତଅତିଥି ଭାବେ ବିରଞ୍ଚôି ନାରାୟଣ ପାଣି, ଚାଟାର୍ଡ ଆକାଉଣ୍ଟାଂଟ୍ ରାଜନାରାୟଣ ତ୍ରିପାଠୀ ଉଦ୍ବୋଧନ ଦେଇଥିଲେ ।