୧୨ରେ ଅନୁକୂଳଚନ୍ଦ୍ରଙ୍କ ଆଗମନ ମହୋତ୍ସବ

 ପୁରୀ: ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ପୁଣ୍ୟ ଉକôଳ ଆଗମନର ୧୦୩ତମ ଶୁଭ ମହୋତ୍ସବ ଆସନ୍ତା ୧୨ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ତାଳବଣିଆ ଠାରେ ଏହି ମହୋସôବର ଆୟୋଜନ କରାଯିବା ପାଇଁ ଉଖବଳ ଆଗମନୀ ସ୍ମୃତି ଉସôବ କମିଟି  ନିଷ୍ପତ୍ତିି ନେଇଛି । ମହୋତ୍ସବକୁ ଶୃଙ୍ଖଳିତ ଭାବେ ଆୟୋଜନ କରାଯିବାକୁ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ଦେଓଘର ସତସଙ୍ଗର ସହ ସଂପାଦକ ଡ଼ାକ୍ତର ବିନାୟକ ମହାପାତ୍ର ସୂଚନା ଦେଇଛନ୍ତି । ସତସଙ୍ଗ ଠାକୁରବାଡ଼ି ପରିସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଉତ୍ସବ କମିଟିର ଯୁଗ୍ମ ସଂପାଦକ ନିରଞ୍ଜନ ବେହେରା ପ୍ରକାଶ କରିଛନ୍ତି ଯେ, ବିଭିନ୍ନ ସ୍ଥାନରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ଯେଭଳି ଉତ୍ସବ ସ୍ଥଳରେ ସୁନ୍ଦର ଓ ଶୃଙ୍ଖଳିତ ଦର୍ଶନ ସହ କାର୍ଯ୍ୟକ୍ରମକୁ ଶ୍ରଦ୍ଧାପୂର୍ବକ ଉପଭୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି । ୩ଟି ଉସôବ ମଣ୍ଡପରେ ୧୨ତାରିଖ ଦିନ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବ୍ରାହ୍ମମୁହୂତ୍ତରେ ବେଦ ମାଙ୍ଗଳିକ ଓ ନହବତ, ପ୍ରତୁ୍ୟଷରେ ଉଷାକୀର୍ତ୍ତନରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ପୂର୍ବାହ୍ନ ୬ଟା ୨୨ମିରୁ ଉଷାବନିତ, ଦର୍ଶନ, ପ୍ରଣାମ ଓ ପରେ ପୁଣ୍ୟ ଉସôବର ଶୁଭ ଉଦ୍ଘାଟନ କରାଯିବ । ୮ଟା ୩୦ମିନିଟ୍ରେ ଶ୍ରୀବିଗ୍ରହ ଶୋଭାଯାତ୍ରା, ସଂଗୀତାଞ୍ଜଳି ଓ ନୃତ୍ୟ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, ଦିବା ୧୧ ଘଟିକାରେ ପ୍ରସାଦ ସେବନ, ସକାଳ ୮ଘଟିକାରୁ ଦିବା ୧ଘଟିକା ପର୍ଯ୍ୟନ୍ତ ବିବିଧ ଇଷ୍ଟପ୍ରସଙ୍ଗ ଆଲୋଚନା, ଅପରାହ୍ନ ୨ଟା  ୩୦ମିରେ ଚିକିସôକ ସମ୍ମିଳନୀ, ୩ଟା ୩୦ରେ ମାତୃସମ୍ମିଳନୀ, ଅପରାହ୍ନ ୫ଟା ୨୩ରେ ସନ୍ଧ୍ୟାବିନତି, ପ୍ରଣାମ, ଗ୍ରନ୍ଥପାଠ, ୭ଟାରେ ସତ୍ସଙ୍ଗ, ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡ. ହୃଷିକେଶ ସେନାପତି, ଡ. ଡ଼ମ୍ବରୁଧର ଦାସ, ଡ.  ନନ୍ଦକିଶୋର ପ୍ରଧାନ, ଅରୁଣ କୁମାର ସାହୁ, ସମୀର ରଂଜନ ବେହେରା, ନଟବର ଓଝା, ଜିଲ୍ଳା ସୂଚନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।